ETV Bharat / state

ସମବାୟ ବ୍ୟାଙ୍କ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ - balangir news

ବଲାଙ୍ଗୀରର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଓ ତା’ର ସହଯୋଗୀକୁ ଗିରଫ କରିଛି ପୋଲିସ। ଅଧିକ ପଢ଼ନ୍ତୁ...

ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ
author img

By

Published : Nov 11, 2019, 7:36 PM IST

ବଲାଙ୍ଗୀର: କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ଚଞ୍ଚକତା କରି ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା। ଯାହା ପରେ ପୋଲିସ ଏହାର ମାଷ୍ଟର ମାଇଣ୍ଡ ଓ ତା’ର ସହଯୋଗୀକୁ ଗିରଫ କରିଛି। ଏଟିଏମ ଚୋରି କରି ତଥା ଖାତାରେ ଚଞ୍ଚକତା କରି ଟଙ୍କା ହଡ଼ପ କରିବାକୁ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁଜୁ ହୋଇଛି। ଯାହାର ମାଷ୍ଟର ମାଇଣ୍ଡ ହେଉଛି ସେହି ବ୍ୟାଙ୍କର ଜଣେ ବିତାଡିତ କର୍ମଚାରୀ। ଯାହାକୁ ଏବେ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବା ସହ ହଡପ ହୋଇଥିବା ସମସ୍ତ ଟଙ୍କା ବାହାର କରିବ ବୋଲି ଜଣାଇଛି।

ଘଟଣାର ମାଷ୍ଟର ମାଇଣ୍ଡ ନୀଳମଣି ତ୍ରିପାଠୀ ସେହି ବ୍ୟାଙ୍କର ବିତାଡିତ ଅସ୍ଥାୟୀ କର୍ମଚାରୀ। ଯିଏକି ଅସ୍ଥାୟୀ ଡାଟା ଏଣ୍ଟ୍ରି ଅପରେଟର ଭାବରେ ବ୍ୟାଙ୍କରେ କାମ କରୁଥିଲା। ଗତ ଅକ୍ଟୋବର ମାସରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ଯାହା ପରେ ସେ ଏହି କାଣ୍ଡ ଘଟାଇଥିବା ପୋଲିସ କହିଛି। ଅଭିଯୁକ୍ତ ନୀଳମଣି ତ୍ରିପାଠୀ ବ୍ୟାଙ୍କରୁ ବିତାଡିତ ହେବା ପରେ ତା ପାଖରେ ଥିବା ବ୍ୟାଙ୍କର ପାସୱାର୍ଡକୁ ବ୍ୟବହାର କରି ବିଭିନ୍ନ ଜମାକାରୀଙ୍କ ଖାତାରୁ ଟଙ୍କା ହଡ଼ପ କରୁଥିଲା । ସମାନ ଭାବରେ ସେ ବ୍ୟାଙ୍କରୁ 12ଟି ଏଟିଏମ ଚୋରି କରି ସବୁ ଏକାଉଣ୍ଟରୁ ଟଙ୍କା ଉଠାଇଥିଲା। ଏପରିକି ଟଙ୍କା ଉଠାଇବା ପାଇଁ ସେ ତାର ଜଣେ ସହଯୋଗୀ ସ୍ବାଗତ ମିଶ୍ରଙ୍କ ସହଯୋଗ ନେଇଥିଲା। ତାର ଏହି ସହଯୋଗୀ ସିକ୍ୟୁରିଟି ଗାର୍ଡ ନଥିବା ଏଟିଏମ ଗୁଡିରୁ ହେଲମେଟ ପିନ୍ଧି ଟଙ୍କା ଉଠାଇଥିଲେ।

ସମବାୟ ବ୍ୟାଙ୍କରେ ଟଙ୍କା ହଡ଼ପ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

କେବଳ ଏଟିଏମ ଜରିଆରେ ମୋଟ 1 ଲକ୍ଷ 30 ହଜାର ଟଙ୍କା ହଡପ କରାଯାଇଥିବା ବେଳେ ଜମାକାରୀଙ୍କ ବ୍ୟାଙ୍କ ଖାତାରେ ହେରଫେର କରି ମୋଟ 8ଲକ୍ଷ 30 ହଜାର ଟଙ୍କା ଲୁଟ କରାଯାଇଛି। ଯାହାର ତଦନ୍ତ ଏବେ ମଧ୍ୟ ପୋଲିସ ଜାରି ରଖିଛି। ଲୁଟ ପାଇଁ ବ୍ୟବହୃତ ହେଲମେଟ ସହ କପଡା, ପାସବୁକ ସବୁ ପୋଲିସ ଜବତ କରିଛି। ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ରିମାଣ୍ଡରେ ଆଣି ପୁଣି ଅଧିକ ତଦନ୍ତ କରିବା ଓ ହଡ଼ପ ହୋଇଥିବା ସମସ୍ତ ଟଙ୍କା ବାହାର କରିବ ବୋଲି କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର କେନ୍ଦ୍ର ସମବାୟ ବେଙ୍କରୁ ଚଂଚକତା କରି ଜମା କାରୀଙ୍କ ଖାତାରୁ ଟଙ୍କା ଗବନ ହୋଇଥିଲା। ଯାହାର ଅଭିଯୋଗ ପୋଲିସ ପାଖରେ ହେବ ପରେ ଏହାର ମାଷ୍ଟର ମାଇଣ୍ଡ ଓ ତାର ସହଯୋଗୀ କୁ ପୋଲିସ ଗିରଫ କରିଛି। ତେବେ ଏଟିଏମ ଚୋରି କରି ତଥା ଖାତାରେ ଚଂଚକତା କରି ଟଙ୍କା ଗବନ କରିବା କୁ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁର୍ଜୁ ହୋଇଛି। ଯାହାର ମାଷ୍ଟର ମାଇଣ୍ଡ ଜଣେ ଓ ସେ ଏହି ବେଙ୍କର ଜଣେ ବିତାଡିତ କର୍ମଚାରୀ ଅଟେ । ଯାହାକୁ ଏବେ ପୋଲିସ ରିମାଣ୍ଡ ରେ ଆଣି ପୁଣି ଅଧିକ ତଦନ୍ତ କରିବା ଓ ଗବନ ହୋଇଥିବା ସବୁ ଟଙ୍କା ବାହାର କରିବ ବୋଲି କହିଛି।

Body:ବଲାଂଗୀର କେନ୍ଦ୍ର ସମବାୟ ବେଙ୍କରୁ ଚଂଚକତା କରି ଜମା କାରୀଙ୍କ ଖାତାରୁ ଟଙ୍କା ଗବନ ହୋଇଥିଲା। ଯାହାର ଅଭିଯୋଗ ପୋଲିସ ପାଖରେ ହେବା ପରେ ଏହାର ମାଷ୍ଟର ମାଇଣ୍ଡ ଓ ତାର ସହଯୋଗୀ କୁ ପୋଲିସ ଗିରଫ କରିଛି। ତେବେ ଏଟିଏମ ଚୋରି କରି ତଥା ଖାତାରେ ଚଂଚକତା କରି ଟଙ୍କା ଗବନ କରିବା କୁ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁର୍ଜୁ ହୋଇଛି। ଯାହାର ମାଷ୍ଟର ମାଇଣ୍ଡ ନୀଳମଣି ତ୍ରିପାଠୀ ଓ ସେ ଏହି ବେଙ୍କର ଜଣେ ବିତାଡିତ ଅସ୍ଥାୟୀ କର୍ମଚାରୀ ଅଟେ । ତେବେ ଏହି କର୍ମଚାରୀ ଅସ୍ଥାୟୀ ଡାଟା ଏଣ୍ଟ୍ରି ଅପରେଟର ଭାବରେ ବେଙ୍କରେ କାମ କରୁଥିଲା। ଏବଂ ଗତ ଅକ୍ଟୋବର ମାସରେ ସେ ବିତାଡିତ ହୋଥିଲା। ଯାହା ପରେ ସେ ଏହି କାଣ୍ଡ କରିଥିବାର ପୋଲସ କହିଛି। ତେବେ ମାଷ୍ଟର ମାଇଣ୍ଡ ନୀଳମଣି ତ୍ରିପାଠୀ ବେଙ୍କରୁ ବିତାଡିତ ହେବା ପରେ ତା ପାଖରେ ଥିବା ବେଙ୍କର ବିଭିନ୍ନ ପାସୱାର୍ଡ କୁ ବ୍ୟବହାର କରି ବିଭିନ୍ନ ଜମାକାରୀଙ୍କ ଖାତାରୁ ଟଙ୍କା ଗବନ କରିଥିଲା । ସମାନ ଭାବରେ ସେ ବେଙ୍କରୁ 12 ଟି ଏଟିଏମ ଚୋରି କରି ସବୁ ଏକାଉଣ୍ଟ ରୁ ଏଟିଏମ ଜରିଆରେ ଟଙ୍କା ଉଠାଇଥିଲା। ତେବେ ଟଙ୍କା ଉଠାଇବା ପାଇଁ ସେ ତାର ଜଣେ ସହଯୋଗୀ ସ୍ୱାଗତ ମିଶ୍ର ଙ୍କ ସହଯୋଗ ନେଇଥିଲା। ଏବଂ ତାର ଏହି ସହଯୋଗୀ ସିକ୍ୟୁରୀଟି ଗାର୍ଡ ନଥିବା ଏଟିଏମ ସବୁରୁ ନିଜେ ହେଲମେଟ ପିନ୍ଧି ଟଙ୍କା ଉଠାଇଥିଲା। ତେବେ କେବଳ ଏଟିଏମ ଜରିଆରେ ମୋଟ 1 ଲକ୍ଷ୍ୟ 30 ହଜାର ଟଙ୍କା ଗବନ କରାଯାଇଥିଲା। ସେହିପରି ଏଟିଏମ ଜରିଆରେ ଓ ଜମା କାରୀଙ୍କ ବେଙ୍କ ଖାତାରେ ହେରଫେର କରି ମୋଟ 8ଲକ୍ଷ୍ୟ 30 ହଜାର ଟଙ୍କା ଗବନ କରା ଯାଇଛି। ଯାହାର ପୋଲିସ ଏବେବି ତଦନ୍ତ ଜାରି ରଖିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ସେହିପରି ଏଥିପାଇଁ ବ୍ୟବହୃତ ହେଲମେଟ ସହ କପଡା , ପାସ ବହି ସବୁ ପୋଲିସ ଜବତ କରିଛି। ତେବେ ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଲେ ପୋଲିସ ରିମାଣ୍ଡ ରେ ଆଣି ପୁଣି ଅଧିକ ତଦନ୍ତ କରିବା ଓ ଗବନ ହୋଇଥିବା ସବୁ ଟଙ୍କା ବାହାର କରିବ ବୋଲି କହିଛି।
ବାଇଟ ସନ୍ଦୀପ ମଦକର ଏସ ପି ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.