ETV Bharat / state

ବଲାଙ୍ଗୀରେ ପହଞ୍ଚିବ ଶ୍ରମିକ ଟ୍ରେନ, କର୍ଫ୍ୟୁ ଜାରି କଲା ପ୍ରଶାସନ - କର୍ଫ୍ୟୁ ଜାରି କଲା ପ୍ରଶାସନ

ଗୁରୁବାର ଏକ ସ୍ବତନ୍ତ୍ର ଟ୍ରେନ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବ । ତେବେ ଏଥିପାଇଁ ସୁରକ୍ଷା ଓ କୋରୋନା ନ ବ୍ୟାପିବା ପାଇଁ ପ୍ରଶାସନ ଜିଲ୍ଲାର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଲାଙ୍ଗୀରେ ପହଞ୍ଚିବ ଶ୍ରମିକ ଟ୍ରେନ, କର୍ଫ୍ୟୁ ଜାରି କଲା ପ୍ରଶାସନ

author img

By

Published : May 13, 2020, 11:28 PM IST

ବଲାଙ୍ଗୀର: ଗୁରୁବାର ଏକ ସ୍ବତନ୍ତ୍ର ଟ୍ରେନ ତାମିଲନାଡୁ ତ୍ରିପୁରାରୁ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବ । ତେବେ ଏଥିପାଇଁ ସୁରକ୍ଷା ଓ କୋରୋନା ନବ୍ୟାପିବା ପାଇଁ ପ୍ରଶାସନ ଜିଲ୍ଲାର କିଛି ଅଞ୍ଚଳରେ 144 ଧାରା ସହ କର୍ଫ୍ୟୁ ଜାରି କରିବ । ବିଶେଷ କରି ବଲାଙ୍ଗୀର ରେଳ ଷ୍ଟେସନ ଠାରୁ ସୁଦପଡା, ବେହେରା ପାଲି ପୁଇନ୍ତଲା ରାସ୍ତା, ରେଳଷ୍ଟେସନରୁ ଆର୍ଟିଓ ଅଫିସ୍ ଛକ ମହିଳା ମହାବିଦ୍ୟାଳୟ, ରାଜେନ୍ଦ୍ର କଲେଜରୁ ପାଟଣାଗଡ଼ ରାସ୍ତା ଓ ସମଗ୍ର ସାଲେପାଲି ଗ୍ରାମରେ କର୍ଫ୍ୟୁ ଲାଗିବ । ଏନେଇ ନିଷ୍ପତ୍ତି ନେଇଛି ପ୍ରଶାସନ ।

ବଲାଙ୍ଗୀରେ ପହଞ୍ଚିବ ଶ୍ରମିକ ଟ୍ରେନ, କର୍ଫ୍ୟୁ ଜାରି କଲା ପ୍ରଶାସନ

ତେବେ ଗୁରୁବାର ଆସୁଥିବା ଟ୍ରେନରେ 12 ଶହ ଶ୍ରମିକ ଆସୁଥିବା ବେଳେ ବଲାଙ୍ଗୀର ଷ୍ଟେସନରେ ସୁନ୍ଦଗଡ଼, ଝାରସୁଗୁଡା, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ, ବରଗଡ଼, କନ୍ଧମାଳ ଓ ନୂଆପଡ଼ାର ଶ୍ରମିକମାନେ ଓହ୍ଲାଇବେ । ଯାହାଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଯିବ । କୋରୋନା ନବ୍ୟାପିବା ଓ ସୁରୁଖୁରୁରେ ସବୁ ସମାପନ ହେବ ତା ପାଇଁ ଏହି କର୍ଫ୍ୟୁ ଲଗାଯିବ । ଏନେଇ ଲୋକଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.