ETV Bharat / state

ଖୁବଶୀଘ୍ର ବଲାଙ୍ଗୀରରେ ଖୋଲିବ ମନ୍ଦିର ! - ବଲାଙ୍ଗୀର ମନ୍ଦିର

ବଲାଙ୍ଗୀରରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଲା ସଙ୍କେତ । ଅଧିକ ପଢନ୍ତୁ...

ଖୁବଶୀଘ୍ର ବଲାଙ୍ଗୀରରେ ଖୋଲିବ ମନ୍ଦିର
ଖୁବଶୀଘ୍ର ବଲାଙ୍ଗୀରରେ ଖୋଲିବ ମନ୍ଦିର
author img

By

Published : Dec 15, 2020, 7:39 AM IST

ବଲାଙ୍ଗୀର: କୋରୋନା କଟକଣା ପାଇଁ ଦୀର୍ଘ 10 ମାସ ହେବ ମନ୍ଦିର ବନ୍ଦ ଥିବା ବେଳେ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ଅଛନ୍ତି। ଏଭଳି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୁବଶୀଘ୍ର ଖୋଲିବାର ସଙ୍କେତ ସମସ୍ତଙ୍କ ମନରେ ଖୁସି ଭରି ଦେଇଛି।

ଖୁବଶୀଘ୍ର ବଲାଙ୍ଗୀରରେ ଖୋଲିବ ମନ୍ଦିର

ମନ୍ଦିରରେ ତାଲା ଝୁଲୁଥିବା ବେଳେ ବାହାରୁ ଭକ୍ତ ଦର୍ଶନ କରୁଛନ୍ତି। ସେହିପରି ବିନା ଭକ୍ତରେ ବନ୍ଦ ମନ୍ଦିର ମଧ୍ୟରେ ଭଗବାନଙ୍କ ନୀତିକାନ୍ତି ପୂଜା ଚାଲିଆସୁଛି। ଭକ୍ତଙ୍କ ଅନେକ ଧାର୍ମିକ କାର୍ଯ୍ୟ ଦୀର୍ଘ ଦିନରୁ ବନ୍ଦ ହୋଇରହିଛି।

ଯାହାପାଇଁ ଭକ୍ତ ଓ ପୂଜକ ଅନେକ ଥର ବିଭିନ୍ନ ପ୍ରକାର ଆନ୍ଦୋଳନ କରି ମନ୍ଦିର ଖୋଲିବା ପାଇଁ ଦାବି କରି ଆସିଛନ୍ତି। କୋଭିଡ ନିୟମ ମଧ୍ୟରେ ମନ୍ଦିର ଖୋଲାଯାଉ ବୋଲି ଦାବି କରି ଆସୁଛନ୍ତି। ଏଭଳି ସମୟରେ ସରକାର ସବୁ ମନ୍ଦିର ଖୋଲିବାର ପ୍ରୟାସ ଆରମ୍ଭ କରିଛନ୍ତି।

ଶେଷ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ଛାଡିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୁବଶୀଘ୍ର ଖୋଲିବାର ସଙ୍କେତ ମିଳିଛି । ଯେଉଁଥିପାଇଁ ସମସ୍ତଙ୍କ ମନରେ ଖୁସି ଭରି ଦେଇଛି। ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗ, ମନ୍ଦିର କମିଟି ଓ ଶ୍ରଦ୍ଧାଳୁଙ୍କ ସହ ଖୁବଶୀଘ୍ର ଆଲୋଚନା ହେବ। ପରିସ୍ଥିତି ଠିକ ରହିଲେ ଆସନ୍ତା ଡିସେମ୍ବର ଶେଷ ସୁଧା ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.