ETV Bharat / state

ଜି-୨୦ ସମ୍ମିଳନୀକୁ ପ୍ରଶଂସା: ଭାରତ ବିଶ୍ବଗୁରୁ ହେବ କହିଲେ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ - ଜି ୨୦ ସମ୍ମିଳନୀକୁ ପ୍ରଶଂସା

ସରିଲା ଜି-୨୦ ସମ୍ମିଳନୀ । ଭାରତ ବିଶ୍ବଗୁରୁ ହେବ କହିଲେ ବଲାଙ୍ଗୀରର ସନ୍ଥ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ । ଅଧିକ ପଢନ୍ତୁ

ଜି-୨୦ ସମ୍ମିଳନୀକୁ ପ୍ରଶଂସା
ଜି-୨୦ ସମ୍ମିଳନୀକୁ ପ୍ରଶଂସା
author img

By ETV Bharat Odisha Team

Published : Sep 11, 2023, 8:07 AM IST

ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ

ବାଲଙ୍ଗୀର: ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଏହି ସମ୍ମିଳନୀ ଆୟୋଜନ କରି ବୈଶ୍ବିକ ସ୍ତରରେ ଭାରତର ପ୍ରାଧାନ୍ୟ ବଢିଥିବା ବେଳେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଭାରତର ଏହି ଉପଲବ୍ଧି ନେଇ ବଲାଙ୍ଗୀର ବିଶ୍ବାତ୍ମା ସଂଗଠନର ପ୍ରତିଷ୍ଠାତା ତଥା ସନ୍ଥ ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ ପ୍ରତିକ୍ରିୟା ଦେଇଛନ୍ତି । ଭାରତ ଆଗକୁ ବିଶ୍ବଗୁରୁ ହେବ ଏବଂ ତା'ର ପୁରୁଣା ହୃଦ ଗୌରବ ଫେରିପାଇବ ବୋଲି ସନ୍ଥ ଆଶା ପୋଷଣ କରିଛନ୍ତି ।

ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି ଯେ, ଆଜି ବିଶ୍ବରେ ହିଂସା ଅହଙ୍କାର ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି । ଏସବୁ ଭିତରେ ମାନବବାଦକୁ ସମସ୍ତେ ଭୁଲି ଯାଇଛନ୍ତି । ଯାହାର ପରିଣାମ ସାରା ବିଶ୍ବ ଭୋଗୁଥିବା ବେଳେ ଏହି ବୈଶ୍ବକ ସମସ୍ୟାରୁ ବାହାରିବା ପାଇଁ ଭାରତ ବାଟ ଦେଖାଇଛି । ସେହିପରି ବିଶ୍ବରେ କେହି ଏକା ପର୍ଯ୍ୟାପ୍ତ ନୁହଁନ୍ତି । ସମସ୍ତଙ୍କୁ ସହଯୋଗ ଦରକାର । ଏପରି ସ୍ଥଳେ ଅହଙ୍କାରକୁ ଛାଡି ସମସ୍ତଙ୍କ ମଧ୍ୟରେ ସହଭାଗିତା, ସହଯୋଗ ଓ ସଦଭାବନର ଆବଶ୍ୟକ ରହିଛି ।

ଭାରତ ବସୁଧୈବ କୁଟୁମ୍ବକମର ଉଦ୍ଦେଶ୍ୟ ନେଇ ସାରା ବିଶ୍ବକୁ ଏକାଠି କରିବାରେ ସଫଳ ହୋଇଛି । ଏହା ହିଁ ଭାରତର ପରିଚୟ ଯେ ପୂର୍ବରୁ ଯେମିତି ଭାରତ ବିଶ୍ବଗୁରୁ ଥିଲା ଏବେ ପୁଣି ବିଶ୍ବଗୁରୁ ହେବାକୁ ଯାଉଛି । ଭାରତ ପୁଣି ତାର ହୃତ ଗୌରବ ପ୍ରାପ୍ତ କରିବ । ସନାତନ ଧର୍ମ ଓ ବସୁଧୈବ କୁଟୁମ୍ବକମର ଉଦ୍ଦେଶ୍ୟ ସଫଳ ହେବ ବୋଲି ପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: G20 session on 'One Future': ମିଳିତ ଜାତିସଂଘରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦାବି

ପ୍ରକାଶ ଥାଉକି, ଭାରତର ସଭାପତିତ୍ବରେ ସେପ୍ଟେମ୍ବର ୯-୧୦ରେ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କ ସହ ଅନ୍ୟାନ୍ୟ ଅତିଥି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ସାମିଲ ହୋଇଥିଲେ । ଏଥିରେ ଜଳବାୟୁ ପରିବର୍ତ୍ତନ, ଜଟିଳ ଅର୍ଥନୈତିକ ସମସ୍ୟା, ୱାନ ଆର୍ଥ, ୱାନ ଫ୍ୟାମିଲ, ୱାନ ଫ୍ୟୁଚର ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଭାରତ ନୂଆଦିଲ୍ଲୀ ଘୋଷଣାପତ୍ର ଗୃହୀତ କରାଇ ବଡ ଉପଲବ୍ଧି ହାସଲ କରିଛି ।

ଏହାମଧ୍ୟ ପଢନ୍ତୁ: G-20 ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନଯିବାରୁ ଓଡ଼ିଶାର ସମ୍ମାନ ରହିଗଲା: ଜୟନାରାୟଣ ମିଶ୍ର

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.