ETV Bharat / state

ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ଅଭିଯୋଗ, ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Dec 19, 2021, 5:46 PM IST

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଥୁର ବନ୍ଦ ଗାଁରେ ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି (superstition in balangiri) । ତଦନ୍ତ ପାଇଁ ଆସିଥିବା ପୋଲିସକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ଅଭିଯୋଗ
ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଥୁର ବନ୍ଦ ଗାଁରେ ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି (superstition in balangiri) । ତଦନ୍ତ ପାଇଁ ଆସିଥିବା ପୋଲିସକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଏହାସହ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଗୁଣି ଗାରେଡି ସନ୍ଦେହରେ ଶିଶୁ ମୃତ୍ୟୁ ଅଭିଯୋଗ

ସୂଚନାଅନୁସାରେ କିଛି ମାସରେ ଗାଁରେ ଦଶରୁ ଅଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି । ଗାଁର ଜଣେ ବ୍ୟକ୍ତି ଗୁଣି ଗାରେଡି କରୁଥିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଆଜି ଗ୍ରାମର ଜଣେ ଶିଶୁ ନେତ୍ରାନନ୍ଦ ବାଗଙ୍କ ମଧ୍ୟ ହଠାତ ମୃତ୍ୟୁ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ସଂପୃକ୍ତ ବ୍ୟକ୍ତିକୁ ଦୋଷୀ ବୋଲି ଅଭିଯୋଗ କରିଛନ୍ତି। ସେପଟେ ପୋଲିସ୍ ସଂପୃକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଜଡିତ ବ୍ଯକ୍ତିକୁ ସୁରକ୍ଷା ଦେବାକୁ ଯାଇ ହଟ ହଟା ହୋଇଛି ।

ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିବା ପରିବର୍ତ୍ତେ ଲୋକଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ସହ ତଦନ୍ତ ପାଇଁ ଯାଇଥିବା ପୋଲିସ୍ ଗାଡ଼ି ଓ ପୋଲିସକୁ ଗାଆଁରେ ଅଟକ ରଖିଛନ୍ତି। ସେପଟେ ଲୋକଙ୍କ ମଧ୍ୟରେ ଘର କରିଥିବା ଅନ୍ଧବିଶ୍ବାସ ଯୋଗୁଁ ପୋଲିସ୍ ନାକେଦମ୍ ହୋଇଥିବାବେଳେ ଗାଁରେ ଲାଗି ରହିଥିବା ଉତ୍ତେଜନାକୁ ଶାନ୍ତ କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.