ETV Bharat / state

ସୁଲିଆ ଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନର ବୈଠକ, ବଳି ପ୍ରଥାରେ ଲାଗିଲାନି ରୋକ - ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା

ଜାନୁଆରୀ 19 ରେ ହେବ ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା । ଜିଲ୍ଲା ପ୍ରଶାସନ ଓ ସୁଲିଆ ଯାତ୍ରା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ବୈଠକ ହୋଇଯାଇଛି। ଆଦିବାସୀଙ୍କ ପରମ୍ପରା ଓ ରୀତିନୀତି ଆଗରେ ପୁଣି ମୁଣ୍ଡ ନୂଆଇଛି ପ୍ରଶାସନ । ଜାରି ରହିବ ପଶୁ ପକ୍ଷୀଙ୍କ ବଳି ପ୍ରଥା । ଅଧିକ ପଢନ୍ତୁ...

sulia yatra in balangir
ସୁଲିଆ ଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ବୈଠକ: ବଳି ଉପରେ ପଡିପାରିଲା ନାହିଁ ରୋକ
author img

By

Published : Jan 15, 2021, 6:09 PM IST

ବଲାଙ୍ଗୀର: ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ସୁଲିଆ ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ବୈଠକ ହୋଇଯାଇଛି। ତେବେ ଆଦିବାସୀଙ୍କ ପରମ୍ପରା ଓ ରୀତି ନୀତି ଆଗରେ ପ୍ରଶାସନ ପୁଣି ମୁଣ୍ଡ ନୂଆଇଛି ପୁଣି ହଜାର ହଜାର ପଶୁ ପକ୍ଷୀଙ୍କ ବଳି ପଡିବା ନିଶ୍ଚିତ ହୋଇଛି।

ସୁଲିଆ ଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ବୈଠକ: ବଳି ଉପରେ ପଡିପାରିଲା ନାହିଁ ରୋକ

ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା ଆସନ୍ତା ଜାନୁଆରୀ 19 ରେ ପାଳିତ ହେବ । ତୁସୁରା ଥାନା ଅନ୍ତର୍ଗତ ଖଇର ଗୁଡା କୁମାରିଆରେ ଯାତ୍ରା ଅନୁଷ୍ଠିତ ହେବ। ତେବେ ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ସୁଲିଆ ପୂଜା ତଥା ଯାତ୍ରା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ବୈଠକ ହୋଇ ଯାଇଛି। ଯେଉଁଠି ଆଦିବାସୀ ତାଙ୍କ ରୀତିନୀତି ପରମ୍ପରାକୁ ଛାଡି ପାରିବେନାହିଁ ଓ ବଳି ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ଯାତ୍ରାରେ ସହଯୋଗ ଓ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି। ତେବେ ଆଦିବାସୀଙ୍କ ଏହି ପ୍ରସିଦ୍ଧ ସୁଳିଆ ଯାତ୍ରା ବଳି ପ୍ରଥାପାଇଁ ସବୁବେଳେ ବିବାଦରେ ରହି ଆସିଛି। ସବୁ ବର୍ଷ ପ୍ରଶାସନ ଏମାନଙ୍କ ରୀତିନୀତି ପରମ୍ପରା ଆଗରେ ହାର ମାନି ଆସିଛି। ତେବେ ଏବର୍ଷ ମଧ୍ୟ ସମାନ ପରିସ୍ଥିତି ରହିଛି ଏବଂ ପ୍ରଶାସନ ସିଧା ସଳଖ ବଳିକୁ ପ୍ରୋତ୍ସାହନ ଦେଇ ନ ଥିଲେ ମଧ୍ୟ ବଳି ବନ୍ଦ କରିପାରିନାହିଁ ।

ସେପଟେ ଯାତ୍ରାରେ ପ୍ରବଳ ଲୋକଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପଦକ୍ଷେପ ନେବ ବୋଲି କହିଛି । ପୂଜା କମିଟିକୁ କୋଭିଡ ନିୟମ ମାନି ଯାତ୍ରା ପାଳନ କରିବା ପାଇଁ ନିବେଦନ କରିଛି। ତେବେ ପ୍ରଶାସନ ପୁଣି ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନି ଥିବା ବେଳେ ହଜାର ହଜାର ପଶୁପକ୍ଷୀଙ୍କ ବଳି ପଡିବା ନିଶ୍ଚିତ ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.