ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଦୁଇ ଦିନ ଧରି ଉତ୍ସବମୁଖର ହୋଇଥିଲା ବଲାଙ୍ଗୀର । ଏହି ଅବସରରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନ(Being Human) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଗାଁ ମାଟି ଛାଡି ଅନ୍ୟତ୍ର ରହୁଥିବା ଲୋୟର ସୁକତେଲ ବିସ୍ଥାପିତ ଗାଁ ଲୋକଙ୍କୁ ଏକାଠି କରି ନୂଆ ଖୁଆଇଲା ସ୍ବେଚ୍ଛାସେବୀ ସଙ୍ଗଠନ ।
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଦୁଇ ଦିନ ଧରି ଉତ୍ସବମୁଖର ହୋଇଥିଲା ବଲାଙ୍ଗୀର । ସବୁ ବର୍ଗର ଲୋକେ ଏକାଠି ନୂଆଖାଇ ପାଳନ କରିଛନ୍ତି । ହେଲେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗାଁ ଲୋକେ ନିଜ ଗାଁ ମାଟି ଛାଡି ଅନ୍ୟତ୍ର ରହୁଥିବାରୁ ନୂଆଖାଇ ନେଇ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । କେଉଁଠି ନୂଆଖାଇ ଉତ୍ସବ ପାଳନ କରିବେ ସେନେଇ ଚିନ୍ତାରେ ଥିଲେ ବିସ୍ଥାପିତ ଲୋକେ । ତେବେ ଏନେଇ ସେମାନଙ୍କୁ ସାହାଯ୍ୟ କରିଛନ୍ତି ବିଙ୍ଗ ହ୍ୟୁମାନ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ।
ସୁକତେଲ ପ୍ରକଳ୍ପ ପାଇଁ ଭିଟା ମାଟି ଛାଡି ଅନ୍ୟତ୍ର ରହୁଥିବା ଏହି ବିସ୍ଥାପିତଙ୍କୁ ଏକାଠି କରି ସେମାନଙ୍କ ସହ ନୂଆଖାଇ ପାଳନ କରିଛନ୍ତି ବିଙ୍ଗ ହ୍ୟୁମାନ ସ୍ବେଚ୍ଛାସେବୀ ସଂଗଠନ । 4ଟି ଗ୍ରାମର ପାଖାପାଖି 1500 ଲୋକେ ଏକାଠି ହୋଇ ନୂଆ ଖାଇବା ସହ ନୂଆ ଖାଇ ପାଳନ କରିଥିଲେ । ଆଉ ମଧ୍ୟ ନୂଆଖାଇ ନେଇ ଏକ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ଓ ବିସ୍ଥାପିତମାନଙ୍କୁ ସେହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ନୂଆଖାଇ ପାଳିଲେ ବଲାଙ୍ଗୀରବାସୀ, ଦେବାଳୟରେ ପ୍ରବଳ ଭିଡ଼
ତେବେ ବଲାଙ୍ଗୀର କୁସମେଳ ଗ୍ରାମ ସ୍ଥିତ ଲୋୟର ସୁକତେଲ ଥଇଥାନ କଲୋନିରେ ଏହି ସାମୁହିକ ନୂଆଖାଇ ପାଳନ କରାଯାଇଥିଲା ଏବଂ ରୀତିନୀତି ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆ ଅନ୍ନ ଭୋଗ ଲାଗିବା ପରେ ସମସ୍ତେ ଭୋଗ ଖାଇଥିଲେ। ସେହିପରି ସମସ୍ତେ ଏକାଠି ହୋଇ ନୂଆଖାଇରେ ସାମିଲ ହେବା ସହ ନୂଆଖାଇ ଭେଟଘାଟ ପାଳିଥିଲେ ।
ତେବେ ବିଙ୍ଗ ହ୍ୟୁମାନ ସଂଗଠନର ସଭାପତି ସୋମ ମିଶ୍ର କହିଛନ୍ତି ଯେ, ଲୋୟର ସୁକତେଲ ପ୍ରକଳ୍ପରେ ଏମାନେ ତାଙ୍କ ଭିଟା ମାଟି ଛାଡିଛନ୍ତି । ଏକ ବଡ ସ୍ବାର୍ଥ ପାଇଁ ସେମାନେ ଏତେ ବଡ଼ ବଳିଦାନ ଦେଇଥିବା ବେଳେ ତାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ତେଣୁ ଆଜି ତାଙ୍କର ନୂଆଖାଇ କେମିତି ଠିକରେ ପାଳନ ହେବ ତାପାଇଁ ଏମାନେ ପଦକ୍ଷେପ ନେବା ସହ ସମସ୍ତଙ୍କ ସହ ମିଶି ସେମାନେ ନୂଆ ଖାଇଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର