ETV Bharat / state

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ, ବଲାଙ୍ଗୀର ଉପଜିଲ୍ଲାପାଳ ନିଲମ୍ବିତ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ ହେଲେ ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ର । ଅଧିକ ପଢନ୍ତୁ..

author img

By

Published : Sep 4, 2020, 9:22 PM IST

sub-collector of Balangir
sub-collector of Balangir

ଭୁବନେଶ୍ୱର: ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ନିଲମ୍ବିତ ହୋଇଛନ୍ତି। ସଂଜୟଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଏନେଇ ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।

ଉପଜିଲ୍ଲାପାଳ ନାଁରେ ଜଣେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ ଆଣିଥିଲେ। ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଲାଗି ଏକ ୩ ଜଣିଆ କମିଟି ମଧ୍ୟ ଗଠନ କରିଥିଲା ଜିଲ୍ଲା ପ୍ରଶାସନ ।

ସୂଚନା ମୁତାବକ ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳଙ୍କୁ ତିନି ପୃଷ୍ଠାର ଅଭିଯୋଗପତ୍ର ଦେବା ପରେ ଜିଲ୍ଲାପାଳ ଉକ୍ତ ମହିଳା କର୍ମଚାରୀଙ୍କୁ ଅନ୍ୟ ଏକ ସ୍ଥାନକୁ ବଦଳି କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ମହିଳା କର୍ମଚାରୀ ଜଣକ ଆତ୍ମହତ୍ୟା ଧମକ ମଧ୍ୟ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.