ETV Bharat / state

ସରକାରୀ ITI କଲେଜରେ ପରୀକ୍ଷା ନ ହେବା ନେଇ ଧାରଣାରେ ଛାତ୍ରଛାତ୍ରୀ

ଦୀର୍ଘ ଦିନ ଧରି ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଶୀଘ୍ର ପରୀକ୍ଷା କରିବା ଦାବିରେ ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ସରକାରୀ ITI କଲେଜରେ ପରୀକ୍ଷା ନ ହେବା ନେଇ ଧାରଣାରତ ଛାତ୍ରଛାତ୍ରୀ

author img

By

Published : Jul 6, 2021, 10:37 PM IST

ବଲାଙ୍ଗୀର: ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ଜିଲ୍ଲାର ସରକାରୀ ଆଇଟିଆଇ (ITI) କଲେଜରେ ପରୀକ୍ଷା ନ ହେବା ଯୋଗୁଁ ଆଜି (ମଙ୍ଗଳବାର) ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ । ତେବେ ଗତ ଦୁଇ ବର୍ଷ ହେବ ଏମାନଙ୍କ ପରୀକ୍ଷା ହୋଇ ପାରୁ ନାହିଁ । ଯାହା ଫଳରେ ଏମାନଙ୍କର ବହୁମୂଲ୍ୟ ଦୁଇ ବର୍ଷର ଶିକ୍ଷାବର୍ଷ ନଷ୍ଟ ହୋଇ ସାରିଛି ।

ସରକାରୀ ITI କଲେଜରେ ପରୀକ୍ଷା ନ ହେବା ନେଇ ଧାରଣାରତ ଛାତ୍ରଛାତ୍ରୀ

ଆଗକୁ ଶୀଘ୍ର ପରୀକ୍ଷା କରିବା ଦାବିରେ କଲେଜର ବହୁ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତାଙ୍କର ପରୀକ୍ଷା ଶୀଘ୍ର କରା ଯାଇପାରିଲେ ଏମାନେ ଆଗକୁ ତାଙ୍କର ଭବିଷ୍ୟତ ଚିନ୍ତା ନେଇ କରି ପାରନ୍ତେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.