ETV Bharat / state

ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଲାଙ୍ଗୀର ଛାତ୍ର କଂଗ୍ରେସର ବିରୋଧ

author img

By

Published : Nov 25, 2020, 7:48 PM IST

15 ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକ ବନ୍ଦ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ବଲାଙ୍ଗୀର ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ବଲାଙ୍ଗୀର: ସ୍କୁଲ ମିଶ୍ରଣକୁ ବଲାଙ୍ଗୀରରେ ବିରୋଧ । 15 ରୁ କମ ଛାତ୍ରଛାତ୍ରୀ ଥିବା ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତିକୁ ବଲାଙ୍ଗୀର ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରିଛି । ଏନେଇ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସର୍ବନିମ୍ନ 15 ଜଣ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ବନ୍ଦ କରି 3 କିଲୋମିଟର ମଧ୍ୟରେ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ସରକାରଙ୍କ ଭୁଲ ଶିକ୍ଷାନୀତି ବୋଲି କହିଛି ଛାତ୍ର କଂଗ୍ରେସ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ 370 ସ୍କୁଲ ବନ୍ଦ ହେବ । ଯାହାଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ ବୋଲି ସେମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ସରକାର ତୁରନ୍ତ ଫେରାଇ ନିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି ସଙ୍ଗଠନର ସଭାପତି ଅଙ୍କିତ ସାହୁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.