ବଲାଙ୍ଗୀର: ଜିଲ୍ଲାର ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ସମାବେଶ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟସ୍ତରୀୟ କଂଗ୍ରେସ ଛାତ୍ର ନେତା ଓ ହଜାର ହଜାର ଜିଲ୍ଲା ଛାତ୍ର କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ସମସ୍ୟା ନେଇ ଆଗକୁ ଛାତ୍ର କଂଗ୍ରେସ ଲଢେଇ କରିବେ ବୋଲି ସମାବେଶରେ ନିଷ୍ପତ୍ତି ହୋଇଛି ।
ରାଜ୍ୟର ଅନ୍ୟ ସ୍ଥାନ ଯଥା ଭୁବନେଶ୍ୱର, ଅନୁଗୋଳ ଓ ସମ୍ବଲପୁର ସମେତ ଜିଲ୍ଲାରେ ଛାତ୍ର କଂଗ୍ରେସ ମଧ୍ୟ କମ୍ପନ ସମାବେଶର ମଙ୍ଗଳବାର ଆୟୋଜନ କରିଛି । ସ୍ଥାନୀୟ କଂଗ୍ରେସ ଭବନଠାରେ ଏହାର ଆୟୋଜନ ହୋଇଥିବା ବେଳେ ଏଥିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟସୀର ନବାଜ, ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ରୋଷନ ଲାଲ ଟିଟୋ ଓ ଏ.ଆଇ.ସି.ସି ସଦସ୍ୟ ସୌମେନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ତେବେ ଏଥିରେ ଜିଲ୍ଲାର ହଜାର ହଜାର ଛାତ୍ର କଂଗ୍ରେସ ସଦସ୍ୟ ମଧ୍ୟ ସାମିଲ ହୋଇ ଆଗକୁ ସ୍ଥାନୀୟ ସମସ୍ୟା ସହିତ ଜଡିତ ହୋଇ ଲଢେଇ କରିବେ ବୋଲି କହିଛନ୍ତି । ତେବେ ଜିଲ୍ଲାର ସବୁ ସ୍କୁଲ କଲେଜଗୁଡିକରେ ଘୋର ଅବ୍ୟବସ୍ଥା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ 95 ପ୍ରତିଶତ ଯୁବକ ଯୁବତୀ ବେକାର ଥିବାର ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।
ସମାନ ଭାବରେ ରାଜ୍ୟ ସରକାରଙ୍କ କୋଡିଏ ବର୍ଷର ଶାସନ ମଧ୍ୟରେ ଜିଲ୍ଲାରେ କଳକାରଖାନା ଖୋଲି ନ ଥିବା ବେଳେ ଲୋକେ କାମଧନ୍ଦା ପାଇଁ ଦାଦନ ଖଟି ଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ଆଗକୁ ଏହି ସବୁ ସମସ୍ୟା ନେଇ ଛାତ୍ର କଂଗ୍ରେସ ଲଢେଇ କରିବେ ବୋଲି କହିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ