ETV Bharat / state

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ଆମରଣ ଅନଶନ

author img

By

Published : Aug 12, 2022, 7:31 PM IST

ବଲାଙ୍ଗୀରରେ ଉଠା ଦୋକାନୀଙ୍କ ଥଇଥାନ ଦାବି । ଆଜିଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଦୋକାନୀ । ଅଧିକ ପଢନ୍ତୁ

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଆମରଣ ଅନଶନ
ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଆମରଣ ଅନଶନ

ବଲାଙ୍ଗୀର: ଜିଲ୍ଲାରେ ଥଇଥାନ ଦାବିରେ ଆମରଣ ଅନଶନରେ ବସିଛନ୍ତି ଉଠା ଦୋକାନୀ । ଦୀର୍ଘଦିନ ହେଲାଣି ସେମାନଙ୍କୁ ପ୍ରଶାସନ ଉଚ୍ଛେଦ କରିଥିଲା ମଧ୍ୟ ଥଇଥାନ କରୁନାହିଁ । ବାରମ୍ବାର ଅଭିଯୋଗ ପରେ ସୁଫଳ ନ ମିଳିବାରୁ ପ୍ରାୟ ୩୫ ଉଠା ଦୋକାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅନଶନରେ ବସିଛନ୍ତି ।

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ଆମରଣ ଅନଶନ

ଉଠା ଦୋକାନୀମାନେ ବ୍ୟବସାୟ କରୁଥିବାବେଳେ, ତାଙ୍କୁ ଉଚ୍ଛେଦ କରାଯାଇଥିଲା । ଏହା ପରେ ସେମାନେ ଅସହାୟ ହୋଇଥିବାର କହିଛନ୍ତି । ବାରମ୍ବାର ଥଇଥାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ସେମାନଙ୍କୁ ଥଇଥାନ କରା ଯାଇ ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ଏପରିକି ଏମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । କୋର୍ଟ ଏମାନଙ୍କୁ ଥଇଥାନ କରିବା ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପ୍ରଶାସନ ଥଇଥାନ କରୁନଥିବା ଏମାନେ ଅଭିଯୋଗ ଆଣିଛନ୍ତି ।

ଏହାର ପ୍ରତିବାଦରେ ଦୋକାନୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେପଟେ ପୌରପରିଷଦ ଅଧ୍ୟକ୍ଷା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଏମାନଙ୍କୁ ବଲାଙ୍ଗୀର ୱେସ୍କୋ ପଡ଼ିଆରେ ଥିବା ଭେଣ୍ଡିଂ ଯୋନରେ ଦୋକାନ ଲଗାଇବା ପାଇଁ ଅନୁମତି ଦେଇଥିବାବେଳେ ସେମାନେ ତାହାକୁ ଅଗ୍ରାହ୍ୟ କରିଥିବା ସେ କହିଛନ୍ତି । ଏବେବି ସେମାନେ ଦୋକାନ ଲଗାଇ ପାରିବେ ବୋଲି ଅଧ୍ୟକ୍ଷା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.