ETV Bharat / state

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ୩ ଦିନିଆ ବଲାଙ୍ଗୀର ଗସ୍ତ

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁଙ୍କ ବଲାଙ୍ଗୀର ଗସ୍ତ । ଅଙ୍ଗନବାଡି ଓ ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ଛତୁଆର ମାନ ପରଖିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 23, 2023, 7:49 AM IST

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ

ଭୁବନେଶ୍ବର: ତିନି ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ପ୍ରଥମ ଦିନରେ ମାରାଥନ ଗସ୍ତରେ ପାଟଣାଗଡର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ବାବଦରେ ଜନସାଧାରଣଙ୍କଠାରୁ ଅବଗତ ହୋଇଛନ୍ତି । ପ୍ରଥମ ଦିନରେ ଅବନୀକାନ୍ତ ବଣାଇମୁଣ୍ଡା ଅଙ୍ଗନବାଡି କେନ୍ଦ୍ର-୨ ଏବଂ ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ, ଓଜନ ମାପକ ଯନ୍ତ୍ର, ଛତୁଆର ମାନ ପରଖିଥିଲେ । ପିଲାଙ୍କ ସ୍ୱାସ୍ଥ୍ୟରେ ଖିଲାପି ନକରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ । ପରେ ପରେ ବଣାଇମୁଣ୍ଡା ଅଙ୍ଗନବାଡି କେନ୍ଦ୍ର-୨ରେ ଓଡିଶା ସରକାରଙ୍କ ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ବିଷୟରେ ବିଶଦ ଆଲୋଚନା କରିଥିଲେ ।

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଲୋକଙ୍କୁ ସଚେତନ କରିବା ସହ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲେ । ଏହାପରେ ସେ ବଥ୍ରଲା ଗ୍ରାମ ପଞ୍ଚାୟତର ଦୁଇଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ଟି ହ୍ବିଲ୍‌ଚେୟାର, ୨ଟି ଟ୍ରାଇ ସାଇକେଲ ଏବଂ ମିଶନ କ୍ଷମତା ଯୋଜନା ଆଧାରରେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଏହାପରେ ଅଧ୍ୟକ୍ଷ ହରିଶଙ୍କର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ମନ୍ଦିର ବେଢ଼ା ପାଶ୍ୱର୍ବର୍ତ୍ତୀ କାମର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ପରେ ଅପରାହ୍ନରେ ପାଟଣାଗଡ଼ ବ୍ଲକ ଅଫିସ୍‌ ସମ୍ମିଳନୀ କକ୍ଷରେ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ପଞ୍ଚାୟତ ଗୁଡିକର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ

ଏହି ଗସ୍ତ ବେଳେ ଅବନୀକାନ୍ତ ସାହୁଙ୍କ ସହ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ଅନୁପମ ହୋତା, ପାଟଣାଗଡ଼ ଉପ-ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଚଳିତ ମାସ ଦ୍ଵିତୀୟ ସପ୍ତାହରେ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ । ସେଠାରେ ସେ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ସେଠାରେ ଦିଆଯାଉଥିବା ରନ୍ଧାଖାଦ୍ୟ, ଖାଦ୍ୟ ସାମଗ୍ରୀ ଓ ତାହାର ଗୁଣବତ୍ତା ଓ ମାନ ନିରୀକ୍ଷଣ କରିଥିଲେ ।

ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତିର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଯୋଜନା ଏବଂ ଆବଣ୍ଟନ, ଭୂମିହୀନକୁ ଜମି ପଟ୍ଟା ପ୍ରଦାନ, କୃଷି ଓ କୃଷକ ଉନ୍ନତ, ମାଛ ଓ ପଶୁପାଳନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଶିକ୍ଷାର ବିକାଶ, ପ୍ରସ୍ତୁତି ଓ ଶିଶୁର ବିକାଶ, ଗ୍ରାମୀଣ ବିକାଶ, ସାମାଜିକ ନିରାପତ୍ତା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.