ETV Bharat / state

ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ବଲାଙ୍ଗୀର ଜିଲ୍ଲାରେ ଧୁମ୍‌ଧାମରେ ଶେଷ ହୋଇଛି ଶିବ ବିବାହ ଉତ୍ସବ । ଶନିବାର ଭୋର ସମୟରେ ଏହି ବିବାହ ସମ୍ପନ୍ନ ହୋଇଥିବା ବେଳେ ଘରବାହୁଡା ଉତ୍ସବ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 9, 2019, 1:37 AM IST

ବଲାଙ୍ଗୀର: ଜିଲ୍ଲାରେ ଧୁମ୍‌ଧାମରେ ଶେଷ ହୋଇଛି ଶିବ ବିବାହ ଉତ୍ସବ । ଶନିବାର ଭୋର ସମୟରେ ଏହି ବିବାହ ସମ୍ପନ୍ନ ହୋଇଛି । ବିବାହ ଅବସରରେ ସମଗ୍ର ବଲାଙ୍ଗୀର ଆଲୋକ ସଜ୍ଜାରେ ଝଲସି ଉଠିଛି । ଏହା ସହ ସହରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଛି । ଯୁଗଳମୂର୍ତ୍ତୀଙ୍କ ସହର ପରିଭ୍ରମଣ କରାଯିବା ସହ ଘରବାହୁଡା ଉତ୍ସବ ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଶୁକ୍ରବାର ବିଳମ୍ବିତ ରାତିରେ ଦେବଦେବ ମହାଦେବଙ୍କ ବରଯାତ୍ରୀ ପଟୁଆର ବାହାରିଥିଲା । ବଲାଙ୍ଗୀରର ଏବିଏସଏସ ପଡା, ଗାନ୍ଧୀନଗର ପଡା ଓ ରୁଗୁଡିପଡାର ଦ୍ୱାରା କରାଯାଇଥିବା ମହାଦେବଙ୍କ ବରାନୁଗମନ ଉତ୍ସବକୁ ଅତି ଧୁମ୍‌ଧାମରେ କରାଯାଇଥିଲା । ବରଯାତ୍ରୀ ପଟୁଆରରେ ଶତାଧିକ ଲୋକ ସାମିଲ ହୋଇଥିବା ବେଳେ ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଦର୍ଶନ କରିଥିଲେ ।

ସେହିପରି ବିଭିନ୍ନ ପୂଜା କମିଟିମାନଙ୍କ ତରଫରୁ କୀର୍ତ୍ତନ ଓ ସ୍ଥାନୀୟ ଲୋକ କଳା ଆଦି ପ୍ରଦର୍ଶିତ କରାଯାଇଥିଲା । ଉପସ୍ଥିତ ଲୋକ ଏହାକୁ ଖୁବ ଉପଭୋଗ କରିଥିଲେ । ସମାନ ଭାବରେ ମାତା ପାର୍ବତୀଙ୍କ ପରିବାର ସାଜିଥିବା ଲୋକ ମଧ୍ୟ ମହାଦେବଙ୍କ ସ୍ୱାଗତ ପାଇଁ ସବୁ ଆୟୋଜନ କରିଥିବା ବେଳେ ଲୋକଙ୍କ ପାଇଁ ମାଗଣା ପ୍ରସାଦର ବ୍ୟବସ୍ଥା କରିଥିଲେ । ଏହି ବିବାହରେ ମାଆ ପାର୍ବତୀ ତଥା ମହାଦେବଙ୍କ ମାତାପିତା ସାଜିଥିବା ପରିବାର ଖୁବ ଉତ୍ସାହିତ ରହିଥିବା ଦେଖାଯାଇଥିଲା । ସଂପୂର୍ଣ୍ଣ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଭୋର ସମୟରେ ବିବାହ ସମ୍ପନ୍ନ ହୋଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.