ETV Bharat / state

ସଇଁତଳାରେ ଗୋଷ୍ଠୀ ସଂଘର୍ଷ, ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଲେ ଦୁର୍ବୁତ୍ତ

author img

By

Published : Oct 13, 2022, 3:11 PM IST

ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ତାହା ଉଗ୍ର ରୂପ ନେଇଥିଲା । ଜଣେ ଯୁବକର ତଣ୍ଟି କରିଦେବା ଭଳି ଘଟଣା ଘଟିଛି । ସେହିପରି ଆହୁରି ପାଞ୍ଚ ଜଣ ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା। ଅଧିକ ପଢନ୍ତୁ

ସଇଁତଳାରେ ଗୋଷ୍ଠୀ ସଂଘର୍ଷ, ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଲେ ଦୁର୍ବୁତ୍ତ
ସଇଁତଳାରେ ଗୋଷ୍ଠୀ ସଂଘର୍ଷ, ଧାରୁଆ ଅସ୍ତ୍ରରେ ତଣ୍ଟି କାଟିଲେ ଦୁର୍ବୁତ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ନେଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣେ ଯୁବକର ତଣ୍ଟି କାଟି ଦେଇଥିବା ଜଣାପଡିଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ମଧ୍ୟ ଆହତ ହୋଇଥିବା ନେଇ ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ା ଫାଣ୍ଡିର ସାଇମରା ଗାଁରେ ।

ସୂଚନା ଅନୁସାରେ, ସାଇମରା ଗାଁ ର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧାରୁଆ କୁଣିଆ ଭାବରେ ଆସିଥିଲେ । ତେବେ ସେହି ସମୟରେ ପାଖ ଜୁରାବନ୍ଧର ପ୍ରଦୀପ ଧରୁଆ, କେଉମାଲ ର ରାକେଶ ଭୋଇ ଓ ତାଙ୍କ କିଛି ସହଯୋଗୀ ଆସି ପ୍ରଥମେ ଅର୍ଜୁନ ଧାରୁଆଙ୍କ ଦୋକାନକୁ ଭଙ୍ଗାରୁଜା କରିଥିଲେ । ହେଲେ ଏହାକୁ ଯଶୋବନ୍ତ ବିରୋଧ କରିବାରୁ ରାକେଶ ଭୋଇଙ୍କ ସହ କଥା କଟାକଟି ହୋଇଥିଲା । ତେବେ ପରେ ଏହା ଗୋଷ୍ଠୀ ସଂଘର୍ଷ ର ରୂପ ନେଇଥିଲା । ଉଭୟେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଯଶୋବନ୍ତଙ୍କ ତଣ୍ଟି କଟିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।

ଅନ୍ୟପଟେ ଆକ୍ରମଣ କରିଥିବା ରାକେଶକୁ ଏକ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ନିର୍ଧୁମ ମାଡ ମାରିଥିଲେ । ଏନେଇ ଖବର ପାଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ରାକେଶ ଭୋଇକୁ ଉଦ୍ଧାର କରିଥିଲେ । ତେବେ ତାଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ହେବାରୁ ତାଙ୍କୁ ମଧ୍ୟ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ସ୍ଥାନାନ୍ତର କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗାଁ ରେ ଉତ୍ତେଜନା ଲାଗି ରହିଛି । ଅନ୍ୟପଟେ ସେଠାରେ ପୋଲିସ ମଧ୍ୟ ମୁତୟନ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.