ETV Bharat / state

କେନ୍ଦ୍ରର ଚାଷୀ ମାରଣା ନୀତି ପାଇଁ ବିଜେଡି ମଧ୍ୟ ଦାୟୀ: ନରସିଂହ ମିଶ୍ର - ନରସିଂହ ମିଶ୍ର ପ୍ରେସମିଟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ନେଇ ଉଭୟ ସରକାରଙ୍କୁ ଘେରିଛନ୍ତି ନରସିଂହ। ଅଧିକ ପଢ଼ନ୍ତୁ...

senior congress leader narsingh mishra targets bjd and centre regarding new farm bill
କେନ୍ଦ୍ରର ଚାଷୀ ମାରଣା ନୀତି ପାଇଁ ବିଜେଡି ମଧ୍ୟ ଦାୟୀ: ନରସିଂହ ମିଶ୍ର
author img

By

Published : Dec 15, 2020, 10:53 PM IST

ବଲାଙ୍ଗୀର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ନେଇ ଉଭୟ ସରକାରଙ୍କୁ ଘେରିଛନ୍ତି ନରସିଂହ। ନୂତନ କୃଷି ଆଇନ ଚାଷୀ ବିରୋଧି ବୋଲି କହିଛନ୍ତି ନରସିଂହ ମିଶ୍ର। ଏହସହ ନୂତନ କୃଷି ଆଇନକୁ ନେଇ ବିଜେପି ଚାଷୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରର ଚାଷୀ ମାରଣା ନୀତି ପାଇଁ ବିଜେଡି ମଧ୍ୟ ଦାୟୀ: ନରସିଂହ ମିଶ୍ର

ବିଜେପି ନିର୍ବାଚନ ପୁର୍ବରୁ ସ୍ବାମୀ ନାଥନ କମିଶନ ଅନୁସାରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣା ଦେବେ ବୋଲି ନିର୍ବାଚନୀ ଇସ୍ତାହାରରେ ଦେଇଥିଲା। ହେଲେ ଏଥିରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର। ନୂତନ ନିୟମ ଅନୁସାରେ ଏମଏସପିକୁ ନେଇ ଦ୍ଵନ୍ଦ ରହିଛି। ସେପଟେ ଚାଷୀ ମନ ଇଛା ନିଜ ଫସଲ ବିକ୍ରି କରିପାରିବେ ବୋଲି କେନ୍ଦ୍ର ସରକାର କହୁଛନ୍ତି । ହେଲେ ବର୍ତ୍ତମାନ ମିଲରମାନେ 15 ଶହ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣୁଥିବା ନଜରକୁ ଆସିଛି। ଖୋଲାଖୋଲି ଭାବରେ ସମସ୍ତ ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ନୂତନ କୃଷି ନିୟମ ଯୋଗୁଁ କଣ୍ଟ୍ରାକ୍ଟ ଫାର୍ମିଂରେ ବଡ କମ୍ପାନୀମାନେ ଫାଇଦା ନେବେ ଓ ଚାଷୀ ନିଜ ଚାଷ କାମରୁ ଦୁରେଇ ତଳିତଳାନ୍ତ ହେବେ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଚାଷୀ ମାରଣା ନୀତିକୁ ବିଜେଡି ସରକାର ମଧ୍ୟ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଉଭୟ କେନ୍ଦ୍ର ସରକାର ଏଭଳି ଚାଷୀ ନୀତି ପାଇଁ ଦାୟୀ ବୋଲି ନରସିଂହ ମିଶ୍ର କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.