ETV Bharat / state

ବଲାଙ୍ଗୀରରେ କୋରୋନା ସ୍ଥିତି ଅନୁଧ୍ୟାନ କଲେ ସଚିବ ଏସ କେ ଲୋହାଣୀ

author img

By

Published : May 2, 2020, 8:41 PM IST

ବଲାଙ୍ଗୀରରେ 2 କୋରୋନା ଚିହ୍ନଟ ପରେ ଶନିବାର ରାଜ୍ୟ ସ୍ୱତନ୍ତ୍ର କୋଭିଡ ଦାୟିତ୍ୱରେ ଥିବା ସଚିବ ଏସ କେ ଲୋହାଣୀ ବଲାଙ୍ଗୀର ଗସ୍ତରେ ଆସି ସବୁ ଟିକି ନିଖି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

Secretary s k Lohani Study the corona situation in Balangir
ବଲାଙ୍ଗୀରରେ କୋରୋନା ସ୍ଥିତି ଅନୁଧ୍ୟାନ କଲେ ସଚିବ ଏସ କେ ଲୋହାଣୀ

ବଲାଙ୍ଗୀର: କୋରୋନାକୁ ନେଇ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପଟେ ବଲାଙ୍ଗୀରରେ 2 କୋରୋନା ଚିହ୍ନଟ ପରେ ଆଜି(ଶନିବାର) ରାଜ୍ୟ ସ୍ୱତନ୍ତ୍ର କୋଭିଡ ଦାୟିତ୍ୱରେ ଥିବା ସଚିବ ଏସ କେ ଲୋହାଣୀ ବଲାଙ୍ଗୀର ଗସ୍ତରେ ଆସି ସବୁ ଟିକି ନିଖି ଅନୁଧ୍ୟାନ କରିଛନ୍ତି ।

ପ୍ରଥମେ ସେ ବଲାଙ୍ଗୀର ପହଞ୍ଚି ଜିଲ୍ଲା ପ୍ରଶାସନ,ସ୍ବାସ୍ତ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହିତ ଏକ ଗୁରୁତ୍ୱପୂର୍ଣ ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ଆଗକୁ ଯେମିତି ନ ବ୍ୟାପେ ତାକୁ ଗୁରୁତ୍ୱ ଦେଇ କଣ ସବୁ ବ୍ୟବସ୍ଥା ପ୍ରଶାସନ ନେଇଛି ତାହାର ନିଜେ ତଦାରଖ କରିଛନ୍ତି । ଲକ ଡାଉନ ସମୟରେ ଯେମିତି ସରକାରୀ କାମ ଓ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସୂଚାରୁରୂପେ ଚାଲିବ ସେ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

ସେପଟେ ଜିଲ୍ଲାକୁ ଫେରିବାକୁ ଥିବା ହଜାର ହଜାର ଦାଦନ ଶ୍ରମିକମାନଙ୍କ ପାଇଁ କିପରି ବ୍ୟବସ୍ଥା କରାଯାଇଛି ତାହାର ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହିତ ମିଶି ସର୍ଜମିନ ତଦନ୍ତ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.