ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ ଦାୟିତ୍ବରେ ଥିବା ଡଃ ନାରାୟଣ ପ୍ରଧାନଙ୍କୁ ସ୍ଥାନୀୟ ସରପଞ୍ଚ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ସ୍କୁଲ କଲେଜ ମିଳିତ ଶିକ୍ଷକ ମଞ୍ଚ ତରଫରୁ ନିନ୍ଦା କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଖୁବ ଶୀଘ୍ର ଏହାର ତଦନ୍ତ ସାରି ଦୋଷୀକୁ ଦୃଢ ଦଣ୍ଡ ଦିଆଯିବାକୁ ମଧ୍ୟ କୁହାଯାଇଛି । ନଚେତ ସଙ୍ଘ ପକ୍ଷରୁ ବିପ୍ଳାତ୍ମକ ପନ୍ଥା ସ୍ବରୂପ ପରୀକ୍ଷା ଖାତା ମୂଲ୍ୟାଙ୍କନ ବର୍ଜନ ସହ କୋଭିଡ ପରିଚାଳନାରୁ ଓହରି ଯିବାକୁ ଧମକ ଦେଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ