ETV Bharat / state

ଜେସିବି ଲଗାଇ ଆଦିବାସୀଙ୍କ ଘର ଭାଙ୍ଗିଲେ ସରପଞ୍ଚ - ଆଦିବାସୀଙ୍କ ଘର ଭାଙ୍ଗିଲେ ସରପଞ୍ଚ

ବଲାଙ୍ଗୀର ସାଲେଭାଟା ଗାଁ ନିକଟସ୍ଥ ଦୁଂଗୁରୀ ନିକଟ ଜଙ୍ଗଲ ଜମିରେ ରହୁଥିବା 14ଟି ଆଦିବାସୀ ପରିବାରରୁ 5 ପରିବାରଙ୍କ ଘର ଭଙ୍ଗା ଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି 5ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା । ଅଧିକ ପଢନ୍ତୁ...

ଜେସିବି ଲଗାଇ ଆଦିବାସୀଙ୍କ ଘର ଭାଙ୍ଗିଲେ ସରପଞ୍ଚ

author img

By

Published : Aug 14, 2020, 7:15 AM IST

Updated : Aug 14, 2020, 12:35 PM IST

ବଲାଙ୍ଗୀର: ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କ ଘର ଜୋର ଜବରଦସ୍ତ ଭାଙ୍ଗିଲେ ସରପଞ୍ଚ । ଜେସିବି ଲଗାଇ ଆଦିବାସୀଙ୍କ ଘର ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ବଲାଙ୍ଗୀର ସାଲେଭାଟା ଗାଁ ନିକଟସ୍ଥ ଦୁଂଗୁରୀ ନିକଟ ଜଙ୍ଗଲ ଜମିରେ 14ଟି ଆଦିବାସୀ ପରିବାର ଦୀର୍ଘ ଦିନ ବସବାସ କରିଆସୁଥିଲେ । ସେଥି ମଧ୍ୟରୁ 5 ଜଣଙ୍କ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରେ ଘର କରିଥିଲେ । ହେଲେ ସ୍ଥାନୀୟ ସରପଞ୍ଚ ଏମାନଙ୍କୁ ଘର ଖାଲି ଅନ୍ୟତ୍ର ଯିବାକୁ କହିଥିଲେ । ଯାହା ଫଳରେ ସରପଞ୍ଚ ଜେସିବି ଲଗାଇ 5 ଟି ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ।

ଜେସିବି ଲଗାଇ ଆଦିବାସୀଙ୍କ ଘର ଭାଙ୍ଗିଲେ ସରପଞ୍ଚ

ସେପଟେ, ସରପଞ୍ଚ ଘର ଭାଙ୍ଗିବା ପରେ ପୀଡିତ ପରିବାର ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି । ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଲୋଇସିଂହା ପୋଲିସ ଏହି ଘଟଣାରେ ତଦନ୍ତ କରି ସଂପୃକ୍ତ ଜେସିବିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ, ଆଦିବାସୀ ସଂଘ ଏହାକୁ ତ୍ରୀବ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ ଆଗକୁ ତ୍ରୀବ ଆନ୍ଦୋଳନ ହେବ ବୋଲି ସଂଘ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Aug 14, 2020, 12:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.