ETV Bharat / state

ସରପଞ୍ଚଙ୍କ ସ୍ବାମୀକୁ ହତ୍ୟା ଘଟଣା ଫର୍ଦ୍ଦାଫାଶ: ଅଭିଯୁକ୍ତ ଡ୍ରାଇଭର ଗିରଫ

ସରପଞ୍ଚଙ୍କ ସ୍ବାମୀ ହତ୍ୟାକାଣ୍ଡ ଘଟଣା ଉପରୁ ଉଠିଲା ପରଦା । ସ୍ତ୍ରୀକୁ ଅଶ୍ଳୀଳ ଇଙ୍ଗିତ ଯୋଗୁଁ ଡ୍ରାଇଭର କରିଥିଲା ହତ୍ୟା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ।

author img

By

Published : Jun 28, 2019, 10:02 AM IST

Updated : Jun 28, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଚର୍ଚ୍ଚିତ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲ୍ଲୀପ ସାହୁ ହତ୍ୟା ଘଟଣା ଉପରୁ ହଟିଲା ପରଦା । ସ୍ତ୍ରୀକୁ ଅସଦାଚରଣ କରିବାରୁ ଟ୍ରାକ୍ଟର ଡ୍ରାଇଭର ଏହି ଲୋମଟାଙ୍କୁରା ହତ୍ଯାକାଣ୍ଡ। ତେବେ ହତ୍ୟାକାଣ୍ଡ ଭିଆଇ ଖୁଲମଖୁଲ୍ଲା ଭାବେ ଘୁରିବୁଲୁଥିଲା । ଶେଷରେ ହତ୍ୟାକାରୀ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଅନୁଯାୟୀ, ଗତ 21 ତାରିଖରେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ଦିଲ୍ଲୀପ ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ଦିଲ୍ଲୀପଙ୍କ ହତ୍ୟାକାରୀକୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ବହୁ ତଦନ୍ତ ପରେ ଶେଷରେ ଦିଲ୍ଲୀପଙ୍କ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

ଡ୍ରାଇଭର ଡିଙ୍ଗର ମାଝୀର ସ୍ତ୍ରୀକୁ ଦିଲ୍ଲୀପ ଅସଦାଚରଣ କରିଥିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ସ୍ବିକାର କରିଛି । ଏନେଇ ପୋଲିସ ଡିଙ୍ଗର ମାଝୀଙ୍କ ବିରୋଧରେ ଆଇପିସି ଧାରା ୩୦୨/୨୦୧/୧୨୦(ବି)ରେ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତକୁ କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଥିଲା ପୋଲିସ । ସେଠାରେ ଜାମିନ ନା ମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:Body:

rrr

Conclusion:
Last Updated : Jun 28, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.