ETV Bharat / state

ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି, ଧାରଣାରେ ସୂଚନା ଅଧିକାର କର୍ମୀ

author img

By

Published : Sep 15, 2022, 11:56 AM IST

ବଲାଙ୍ଗୀର ଦେବୋତ୍ତର ବିଭାଗରେ ଘୋର ଦୁର୍ନୀତି । ସବୁ ମନ୍ଦିର ପ୍ରତି ଘୋର ଅବହେଳା ଓ ଭଗବାନଙ୍କ ନାମରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି
ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି

ବଲାଙ୍ଗୀର: ଦେବୋତ୍ତର ବିଭାଗରେ ଘୋର ଦୁର୍ନୀତି ଅଭିଯୋଗ । ମନ୍ଦିର ଗୁଡ଼ିକରେ ଅବହେଳା ଅଭିଯୋଗ ଆଣି ଧାରଣାରେ ବସିଲେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ । ବଲାଙ୍ଗୀର ଦେବୋତ୍ତର ବିଭାଗ ଅଧୀନରେ ଥିବା ସବୁ ମନ୍ଦିର ପ୍ରତି ଘୋର ଅବହେଳା ଓ ଭଗବାନଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ।

ଏହାର ପ୍ରତିବାଦରେ ବୁଧବାର ବଲାଙ୍ଗୀର ଗାନ୍ଧୀନଗର ଗାନ୍ଧୀ ମୂର୍ତ୍ତି ତଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ । ତେବେ ବଲାଙ୍ଗୀର ସହର ମଧ୍ୟରେ ଥିବା ମାଆ ସମଲେଇ ମନ୍ଦିର, ଗୋପାଲଜୀ ମନ୍ଦିର ଓ ମାଆ ପଟନେଶ୍ୱରୀଙ୍କ ମନ୍ଦିରରୁ ବାର୍ଷିକ 10 ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ସବୁ ବର୍ଷ ସରକାରୀ ଅନୁଦାନ ମଧ୍ୟ ମିଳୁଛି । ହେଲେ ଏହି ସବୁ ଟଙ୍କା ଗାଏବ ହେଉଥିବା ବେଳେ ମନ୍ଦିର ବିକାଶ ଦିଗରେ ଗୋଟିଏ ଟଙ୍କା ଲାଗୁ ନଥିବାର ଅଭିଯୋଗ ହୋଇଛି ।

ବଲାଙ୍ଗୀର ଦେବୋତ୍ତର ବିଭାଗରେ ଦୁର୍ନୀତି

ସେହିପରି ଯେଉଁଠି କିଛି ସଜଡ଼ା କାମ ହେଉଛି ତାହା ମଧ୍ୟ ନିମ୍ନମାନର ହୋଇଛି । ଯାହାଫଳରେ ତାହା ଶୀଘ୍ର ଭାଙ୍ଗି ଯାଉଛି । ନିକଟରେ ରକ୍ଷଣାବେକ୍ଷଣ ଅଭାବରୁ ଇଷ୍ଟଦେବୀ ସମଲେଇ ପୀଠ ଛାତ ଭୁଶୁଡ଼ିବା ଓ ପରେ ତାକୁ ଲକ୍ଷାଧିକ ଟଙ୍କାରେ ସଜଡ଼ାଯିବା ସତ୍ତ୍ବେ ମନ୍ଦିର ଛାତରୁ ପାଣି ଗଳୁଛି ।

ସେହିପରି ମା’ ପତାନେଶ୍ୱରୀ ପୀଠରେ ମଧ୍ୟ ଗମ୍ଭୀରା ମଧ୍ୟରେ ପାଣି ଜମିବା ଭଳି ସମସ୍ୟା ଲାଗି ରହିଛି । ଏହାଛଡା ବର୍ଷା ଦିନରେ ଗୋପାଲଜୀ ମନ୍ଦିର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଆସୁଛି । ସେପଟେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଅନୁସାରେ ଅନୁଦାନ ଓ ଲକ୍ଷାଧିକ ଟଙ୍କା ଆୟ ପରେ ବ୍ୟୟ ହିସାବ ଦେଇଥିବା ଦେବୋତ୍ତର ବିଭାଗ ଅପାରଗତା ଓ ଦୁର୍ନୀତି ଯୋଗୁଁ ଏଠିକାର ମନ୍ଦିର ମାନଙ୍କର ଦୁର୍ଦ୍ଦଶା ବଢୁଥିବାର ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଛନ୍ତି ।

ଏଠାରେ ଭକ୍ତ ହଇରାଣ ହେଉଥିବା ବେଳେ ବାରମ୍ବାର ପ୍ରଶାସନ ଓ ସରକାରଙ୍କୁ ଏ ବାବଦରେ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ବୁଧବାର ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ବିକାଶ ସା, ପ୍ରଶାନ୍ତ ମହାକୁର ଓ ଶମ୍ଭୁ ପ୍ରସାଦ ଶତପଥୀ ଏହି ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଏ ସବୁର ସମାଧାନ ନହେବ ଏମାନେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନି ସେତେ ଯାଏଁ ଏମିତି ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.