ETV Bharat / state

ଗୌରବର ଜୁନ ମାସ ,ବଲାଙ୍ଗୀରରେ ସ୍ୱାଭିମାନ ପଦଯାତ୍ରା - କିନ୍ନର ମହାସଂଘ

ବଲାଙ୍ଗୀରରେ କିନ୍ନର ମହାସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ରେନବୋ ସ୍ୱାଭିମାନ ପଦଯାତ୍ରା ଅନୁଷ୍ଠିତ। ଅଧିକ ପଢନ୍ତୁ

rainbow pride walk
rainbow pride walk
author img

By

Published : Jun 26, 2023, 3:28 PM IST

rainbow pride walk

ବଲାଙ୍ଗୀର: LGBTQଙ୍କ ଗୌରବର ଜୁନ ମାସ । LGBTQଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରାଯିବା ପରେ 1969 ଜୁନ 28 ତାରିଖ ଘଟଣାକୁ ମନେ ପକାଇ ସେମାନେ ଜୁନ ମାସକୁ ଗୌରବ ମାସ ଭାବେ ପାଳନ କରୁଛନ୍ତି । ଏନେଇ ବଲାଙ୍ଗୀରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ କିନ୍ନର ମହାସଂଘ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ରେନବୋ ସ୍ୱାଭିମାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ କିନ୍ନର ମାନେ ନିଜର ଅଧିକାର, ଆତ୍ମସମ୍ମାନ, ସ୍ୱାଭାବିକ ସହ ଜୀବନ ଯାପନ କରିବା ପାଇଁ ଅନ୍ୟାନ୍ୟ ବର୍ଗଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପଦଯାତ୍ରା ଆରମ୍ଭ କରି ଶାନ୍ତିପଡ଼ା ଶିବମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେହିପରି ପରେ ଏମାନେ ସ୍ଥାନୀୟ ସାମ୍ବାଦିକ ଭବନରେ ବୈଠକ କରି ତାଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସମାଜରେ ତାଙ୍କୁ ସମାନ ଅଧିକାର ଓ ମର୍ଯ୍ୟାଦା ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏନେଇ କିନ୍ନର ନେତା ଧନେଶ୍ଵର ତାଣ୍ଡି କହିଛନ୍ତି ଯେ , ପୂର୍ବରୁ ଏମାନେ ଏଠି ସେଠି ଭିକ୍ଷା ବୃତ୍ତି କରି ଚଳୁଥିଲେ। ସେହିପରି ବିଭିନ୍ନ ବିବାହ କିମ୍ବା ଉତ୍ସବରେ ଏମାନେ କାମ କରି ପେଟ ପାଟଣା କରି ଆସୁଥିଲେ। ହେଲେ ଏମାନଙ୍କୁ ସମାଜରେ ସ୍ଵୀକୃତି ମିଳୁ ନ ଥିଲା। ତେବେ ପରବର୍ତ୍ତୀ ସମୟରେ ସରକାର ତାଙ୍କୁ ସ୍ଵୀକୃତି ଦେଇଥିଲେ। ହେଲେ ସମାଜରେ ଆଜି ବି ଏମାନେ ନିଷ୍ପେସିତ ଥିବାର ସେ କହିଛନ୍ତି। ତେଣୁ ସାରା ବିଶ୍ୱରେ ସବୁ କିନ୍ନର ତାଙ୍କ ଅସ୍ଥିତ୍ୱର ଲଢେଇ କରୁଥିବା ବେଳେ ଜୁନ ମାସକୁ ସେମାନେ ସ୍ୱାଭିମାନ ମାସ ଭାବରେ ପାଳନ କରିଥାନ୍ତି। ଏନେଇ ଆଜି ସେମାନେ ସ୍ୱାଭିମାନ ପଦ ଯାତ୍ରା କରିଥିବା କହିଛନ୍ତି । ଏଥିସହ ସମସ୍ତଙ୍କୁ ସମାଜରେ ସମ୍ମାନ ମର୍ଯ୍ୟାଦା ସହ ସବୁ ସରକାରୀ ଯୋଜନାରେ ସାମିଲ କରିବା, ଆଇନ ଗତ ଅଧିକାର ଯୋଗାଇ ଦେବା ଭଳି ବିଭିନ୍ନ ଦାବି ଉପସ୍ଥାପିତ କରିଥିବାର କହିଛନ୍ତି।

ପ୍ରକାଶ ଥାଉକି, ବଲାଙ୍ଗୀର ଜିଲ୍ଲାରେ କିନ୍ନରଙ୍କ ସଂଖ୍ୟା ଅଧିକ । ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଏମାନଙ୍କୁ ସାମିଲ କରୁଛନ୍ତି। ଯେଉଁଥିରେ ଏମାନେ ସମ୍ମାନ ସହ ସମାଜରେ କେମିତି ବଞ୍ଚିବେ ତା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। ସେହିପରି ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏମାନଙ୍କୁ ପୌର ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାମରେ ନିଯୁକ୍ତି ଦିଆଯିବା ସହ ଏମାନଙ୍କର ସ୍ଵୟଂ ସହାୟକ ଗୋଷ୍ଠୀ ଖୋଲା ଯାଇ ସେମାନଙ୍କୁ ଋଣ ଇତ୍ୟାଦି ସୁଲଭରେ ଯୋଗାଇ ଦେବା ସହ ସମର୍ଥ କରିବା ପାଇଁ ପଦକ୍ଷେପ ନିଆ ଯାଇଛି।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.