ETV Bharat / state

ଡାକ୍ତର ବଦଳି ପ୍ରତିବାଦରେ ଆନ୍ଦୋଳନ

ଡାକ୍ତରୁ ବଦଳି ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ । ଏପରି ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡଭେଳା ଗ୍ରାମରେ । ପଢନ୍ତୁ ଅଧିକ....

ଡାକ୍ତର ବଦଳି ପ୍ରତିବାଦର ଆନ୍ଦୋଳନ
ଡାକ୍ତର ବଦଳି ପ୍ରତିବାଦର ଆନ୍ଦୋଳନ
author img

By

Published : Jan 17, 2021, 6:02 AM IST

ବଲାଙ୍ଗୀର: ଡାକ୍ତରୀ ବଦଳି ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ । ଏପରି ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡଭେଳା ଗ୍ରାମରେ । ଡାକ୍ତରଙ୍କ ବଦଳି ପ୍ରତିବାଦରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଗ୍ରାମବୀସୀମାନେ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି ।

ଡାକ୍ତର ବଦଳି ପ୍ରତିବାଦର ଆନ୍ଦୋଳନ

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଏହି ଡ଼ାକ୍ତରଖାନାରେ 4 ଜଣ ଡ଼ାକ୍ତର ଥିବା ବେଳେ ବର୍ତ୍ତମାନ ଏଠୁ 2 ଜଣ ଡାକ୍ତରଙ୍କୁ ଡେପୁଟେଶନରେ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଗୁଡ ଭେଳା ବ୍ଲକ ତଥା ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରି ଆସିଥିବାବେଳେ ଏମାନେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରଶାସନ ତୁରନ୍ତ ଏହି ବଦଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ସେମାନଙ୍କୁ ପୁଣି ରୋଗୀ ସବାରେ ନିୟୋଜିତ କରିବା ଦାବିରେ ଆଜି ଶତାଧିକ ଗ୍ରାମବାସୀ ଏହି ଡାକ୍ତରଖାନାରେ ତାଲା ପକାଇ ଧାରଣାରେ ବସିଛନ୍ତି । ଏବଂ ଦାବି ପୁରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.