ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ଅନଶନରେ ବସିଲେ ହିତାଧିକାରୀ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ସୁବର୍ଣ୍ଣପୁର ଜିଲ୍ଲା ମହଦା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ହିତାଧିକାରୀ ଏହାକୁ ଅଭିଯୋଗ କରି ଅନଶନରେ ବସିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣୁପୁର
author img

By

Published : Mar 11, 2019, 8:39 PM IST

ସୁବର୍ଣ୍ଣପୁର: ପୁଣି ଦେଖାଦେଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ସୁବର୍ଣ୍ଣପୁର ଜିଲ୍ଲା ମହଦା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ହିତାଧିକାରୀ ଏହିଅଭିଯୋଗ କରି ଅନଶନରେ ବସିଛନ୍ତି ।

ମହଦା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଈଶ୍ବର ସେଠ ଅନିୟମିତତା କରିଥିବା ଅଭିଯୋଗ ଆସିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁଇବାହାର ଗାଁର ହିତାଧିକାରୀ ଧୀର ନାୟକ ଅନଶନରେ ବସିଛନ୍ତି । ଗତ 2016-17 ଆର୍ଥିକ ବର୍ଷରେ ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିଲା । କିନ୍ତୁ ତାଙ୍କୁ କାର୍ଯ୍ୟାଦେଶ ନଦେଇ ଗାଁର ଅନ୍ୟଜଣଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ଏସମ୍ପର୍କରେ ମହଦା ସରପଞ୍ଚ ଓ ବିନିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ତେଣୁ ଧୀର ବାଧ୍ୟ ହୋଇ ଅନଶନରେ ବସିଥିବା କହିଛନ୍ତି । ଗ୍ରାମ ରୋଜଗାର ସେବକଙ୍କ ଉପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ନଦେଲେ ଅନଶନରୁ ଓହରିବେ ନାହିଁ ବୋଲି ସେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.