ETV Bharat / state

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଲାଙ୍ଗୀରରେ ତେଜୁଛି ଅସନ୍ତୋଷ

author img

By

Published : Jun 15, 2019, 11:09 PM IST

ପଶ୍ଚିମ ଓଡିଶାରେ ସାଧାରଣତଃ ତାପମାତ୍ରା ଅଧିକ ରହୁଛି । ଆଉ ଖରା ଠୁ ବଳି ପଡୁଛି ଅଘୋଷିତ ବିଦ୍ୟୁତ କାଟ୍ । ଯାହା ଏବେ ବଲାଙ୍ଗୀରବାସୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଏପଟେ ଖୁବ ଶିଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଅସହ୍ୟ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ତା ସାଙ୍ଗକୁ ଦାଉ ସାଜୁଛି ଅଘୋଷିତ ବିଦ୍ୟୁତ୍ କାଟ୍ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବଲାଙ୍ଗୀରବାସୀ । କେତେବେଳେ ରାତିତମାମ ବିଦ୍ୟୁତ ରହୁ ନାହିଁ ତ ପୁଣି କେଉଁଠି ଲୋଭୋଲଟେଜ୍ ଅତିଷ୍ଠ କରୁଛି । ସହରବାସୀଙ୍କ ଅବସ୍ଥା ଏହିପରି ଆଉ ଜିଲ୍ଲାରେ ଥିବା ଗାଁ ଗୁଡିକର କଥା ନ କହିଲେ ଭଲ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଏପଟେ ବିଦ୍ୟୁତ ବିଭାଗ କର୍ଣ୍ଣପାତ କରୁନଥିବାରୁ ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ସେପଟେ ବିଦ୍ୟୁତ କାଟ ସମାଧାନ ଶିଘ୍ର ନ ହେଲେ ସବୁଠି ଆନ୍ଦୋଳନ କରାଯିବ ବୋଲି ସାଧାରଣ ଲୋକେ କହିଛନ୍ତି । ଲୋକଙ୍କ ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନ ମଧ୍ୟ ଗୁରୁତର ସହ ନେଇଛି । କିଛି ଦିନ ହେବ କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ ସରବରାହରେ ସମସ୍ୟା ସୃଷ୍ଟି ହୋଇଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.