ବଲାଙ୍ଗୀର: ଆଜି(ବୁଧବାର) ବଲାଙ୍ଗୀର ଜିଲ୍ଲା ଗସ୍ତରେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ । ସେଠାରେ କୋଭିଡ ବ୍ୟବସ୍ଥା ସମୀକ୍ଷା କରିବା ସହ ମାଓ ଗତିବିଧି ଉପରେ ମଧ୍ୟ ଅନୁଧ୍ୟାନ କରିଛନ୍ତି।
ବଲାଙ୍ଗୀର ଗସ୍ତରେ ପୋଲିସ୍ ଡିଜି । ବଲାଙ୍ଗୀର ଜିଲ୍ଲାରେ କୋଭିଡ୍ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ସ୍ଥାନୀୟ ରିଜର୍ଭ ଅଫିସରେ ଜିଲ୍ଲାର ବୃଦ୍ଧି ପାଉଥିବା କୋରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ କୋଭିଡ୍ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଅଭୟ ।
କୋରୋନାକୁ ଏଡାଇବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ ନେଇ ସଚେତନ କରିବା ସହ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସେ କହିଛନ୍ତି । ଏବେ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗି ଥିବାବେଳେ ପୋଲିସକୁ ଜନସାଧାରଣ ସହଯୋଗ କରିବାକୁ ସେ କହିଛନ୍ତି । ସମୀକ୍ଷା ପରେ ଆଦର୍ଶ ଟାଉନ୍ ଥାନା ଓ ସଦର ଥାନା ପରିଦର୍ଶନ କରି ନୂଆପଡ଼ା ଗସ୍ତରେ ଯାଇଛନ୍ତି ଅଭୟ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ