ବଲାଙ୍ଗୀର: ଏଠାରୁ ଦେଓଘର ବାବା ବୈଦନାଥ ଧାମ ଅଭିମୁଖେ ଯାଉଥିବା ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।ଝାଡଖଣ୍ଡର ରାଜଧାନୀ ରାଞ୍ଚି ନିକଟରେ ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ବସ୍ରେ ଥିବା 40 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ତେବେ ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ଘଟଣାଗ୍ରସ୍ତ ବସ୍ଟି ବଲାଙ୍ଗୀରରୁ ଝାଡ଼ଖଣ୍ଡ ରାଜ୍ୟ ଦେବଘର ବାବା ଧାମ ଅଭିମୁଖେ ତୀର୍ଥ ପାଇଁ ଯାଉଥିଲା । ବସ୍ଟି ଦ୍ରୁତଗତିରେ ଯାଇ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ବସ୍ରେ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରୁ 55 ଜଣ ଯାତ୍ରୀ ଥିଲେ । ସେପଟେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ବଲାଙ୍ଗୀର ଫେରାଇବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ