ETV Bharat / state

ଡୁଙ୍ଗୁରିପାଲିରେ ସୋଲାର ପାୱାର ପ୍ଲାଣ୍ଟ ବିବାଦ, ଜିଲ୍ଲା ପ୍ରଶାସନରୁ ଜନ ଶୁଣାଣି ବିଫଳ

author img

By

Published : May 12, 2022, 11:02 PM IST

ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ହେବାକୁ ଥିବା ପ୍ରସ୍ତାବିତ ସୋଲାର ପାୱାର ପ୍ଲାଣ୍ଟକୁ ବିରୋଧ ।ତେବେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଆୟୋଜନ ହୋଇଥିବା ଆଜି( ଗୁରୁବାର) ଏହା ବିଫଳ ହୋଇଛି । ଅଧିକ ପଢନ୍ତୁ

ଡୁଙ୍ଗୁରିପାଲିରେ ସୋଲାର ପାୱାର ପ୍ଲାଣ୍ଟ ବିବାଦ

ବଲାଙ୍ଗୀର: ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ହେବାକୁ ଥିବା ପ୍ରସ୍ତାବିତ ସୋଲାର ପାୱାର ପ୍ଲାଣ୍ଟକୁ ବିରୋଧ ।ତେବେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଆୟୋଜନ ହୋଇଥିବା ଆଜି( ଗୁରୁବାର) ଏହା ବିଫଳ ହୋଇଛି ।ସେପଟେ ପ୍ରସ୍ତାବିତ ସୋଲାର ପ୍ଲାଣ୍ଟ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ହେଲେ ପ୍ଲାଣ୍ଟ ନିର୍ମାଣ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରି ଆସୁଛନ୍ତି । ଲୋକଙ୍କ ବିରୋଧ ପରେ ଆଜି ଡୁଙ୍ଗୁରିପାଲି ଠାରେ ଜିଲ୍ଲା ପ୍ରଶାସନର ପକ୍ଷରୁ ଜନ ଶୁଣାଣି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକେ ଏକମତ ହୋଇ ଏହାକୁ ବିରୋଧ କରିଛନ୍ତି ।

ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଜିଲ୍ଲାପାଳ, ସଇଁତଳା ତହସିଲଦାର ଓ ଟିଟିଲାଗଡ ଏସଡିପିଓ ଉପସ୍ଥିତ ଥିବା ବେଳେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ତେବେ ପ୍ରଶାସନ ଶତାଧିକ ଗୋଚର ଜମିର କିସମ ବଦଳାଇ ଲୋକଙ୍କ ଅଗୋଚରରେ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ଜମି ଏକ ବେସରକାରୀ କମ୍ପାନୀକୁ ଦେଇଥିବାର ଅଭିଯୋଗ ହୋଇଛି । ସେହିପରି ଏହି ସ୍ଥାନରେ ଥିବା ଶତାଧିକ ମୂଲ୍ୟବାନ ଗଛଗୁଡ଼ିକୁ ମଧ୍ୟ ରାତାରାତି କାଟି ଦିଆଯାଇଛି ।

ଅନ୍ୟପଟେ ଏହି ମାମଲା ଏବେ ଜଙ୍ଗଲ ବିଭାଗରେ ଗଡୁଛି । ଏହାବ୍ୟତିତ୍‌ ତିନୋଟି ଗ୍ରାମର ଲୋକେ ଏହି ଗୋଚର ଜମିରେ ନିର୍ଭର କରି ଆସୁଥିବା ବେଳେ ତାଙ୍କ ଗୃହପାଳିତ ପଶୁଙ୍କ ଦାନା ସରକାର ଛଡାଇ ନେଲେ ବୋଲି ଏମାନେ କହିଛନ୍ତି । ଏହିସବୁ କାରଣରୁ ଲୋକଙ୍କ ବିନା ଅନୁମତିରେ ପ୍ରଶାସନ କେମିତି ଏଇଠି ସୋଲାର ପ୍ଲାଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ତାକୁ ନେଇ ଏମାନେ ପ୍ରଶ୍ନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.