ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବିରେ ରାସ୍ତାରୋକ - ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବି

ବଲାଙ୍ଗୀରରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବିରେ ରାସ୍ତାରୋକ ହୋଇଛି । ଅଧିକ ପଢନ୍ତୁ...

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବିରେ ରାସ୍ତାରୋକ

author img

By

Published : Aug 23, 2021, 7:47 PM IST

ବଲାଙ୍ଗୀର: ଜିଲ୍ଲାର ନୂତନ ପ୍ରସ୍ତାବିତ ଭୁର୍ଶାଗୁଡ଼ା ପଞ୍ଚାୟତର କାର୍ଯ୍ୟାଳୟ ସ୍ଥାପନ ଦାବିରେ ରାସ୍ତାରୋକ ହୋଇଛି । ୩ଟି ଗ୍ରାମର ଲୋକମାନେ ଚନ୍ଦୋତୋରା ଗ୍ରାମଠାରେ ଖଡ଼ିଆଳ ଭବାନୀପାଟଣା ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତା ଦେଇ ଯିବା ଆସିବା ଠପ୍ ହୋଇଯାଇଛି।

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବିରେ ରାସ୍ତାରୋକ

ଜିଲ୍ଲାର ବଙ୍ଗୋମୁଣ୍ଡା ଭୁର୍ଶାଗୁଡା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଗୃହ ଗଞ୍ଜିଆପଡା, ଟିଟିସିଲେଟ ଓ ଭୁର୍ଶାଗୁଡା ମଝିରେ ନିର୍ମାଣ ପାଇଁ ଦାବି ହୋଇଛି । ଏହି ଦାବିରେ ଲୋକମାନେ ଆଜି ଚାନ୍ଦୋତରା ଠାରେ ରାସ୍ତାରୋକ କରିଥିଲେ । ଖଡ଼ିଆଳ-ଭବାନୀପାଟଣା ୧୬ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଏହି ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ସବୁ ଅଟକି ରହିଛି । ଏହି ୨ ଗାଁର ଲୋକମାନେ ଅଭିଯୋଗ କରିଛନ୍ତି ଯେ ଭୁର୍ଶାଗୁଡାର ପଞ୍ଚାୟତ ଗୃହ ନିର୍ମାଣ ଚାଲୁଥିବା ବେଳେ ଏହା ଗଞ୍ଜିଆପଡା ଓ ଟିଟିସିଲେଟ ଗାଁରୁ ଦୀର୍ଘ ୬କିମି ଦୂରରେ ହେଉଛି । ଏହାଦ୍ବାରା ୨ ଗ୍ରାମର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଧବା, ଦିବ୍ୟାଙ୍ଗ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ପାଇଁ ଦୀର୍ଘ ୬କିମି ଦୂର ଯିବା ଦ୍ବାରା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଭୁର୍ଶାଗୁଡା ଗ୍ରାମ ପଞ୍ଚାୟତ ଗୃହ ଗଞ୍ଜିଆପଡା, ଟିଟିସିଲେଟ ଓ ଭୁର୍ଶାଗୁଡା ମଝିରେ ନିର୍ମାଣ କରିବାକୁ ଦାବି କରିଛନ୍ତି । ଘଟଣା ସ୍ଥଳକୁ ବଙ୍ଗୋମୁଣ୍ଡା ତହସିଲଦାର ଓ ବ୍ଲକ ଆସିଷ୍ଟାଣ୍ଟ ଇଂଜିନିୟର ପହଁଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.