ETV Bharat / state

ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାଟଣାଗଡ଼ ବ୍ଲକ JE ସୁରେଶଚନ୍ଦ୍ର ସାହୁଙ୍କ ମୃତ୍ୟୁଦେହ ଉଦ୍ଧାର । ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : May 7, 2022, 2:32 PM IST

ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ରାସ୍ତା କଡ଼ରୁ ପାଟଣାଗଡ଼ ବ୍ଲକ JE ସୁରେଶଚନ୍ଦ୍ର ସାହୁଙ୍କ ମୃତଦେହ ମିଳିବା ଘଟଣା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର କନିଷ୍ଠ ଯନ୍ତ୍ରୀ ସୁରେଶଚନ୍ଦ୍ର ସାହୁଙ୍କ ମୃତ ଦେହ ମିଳିଥିଲା । କନିଷ୍ଠ ଯନ୍ତ୍ରୀ ଜଣକ କଟକ ନିଆଳିର ମୂଳ ନିବାସୀ ହୋଇଥିବା ବେଳେ ଦେଢ଼ ବର୍ଷ ହେବ କାର୍ଯ୍ୟରତ ଥିଲେ। । ମୃତଦେହ ପଡିିଥିବା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସେପଟେ ଆଜି(ଶନିବାର) JE ସୁରେଶଚନ୍ଦ୍ର ସାହୁଙ୍କ ପରିବାର ଲୋକ ବଲାଙ୍ଗୀରରେ ପହଞ୍ଚିଛନ୍ତି । ଏହାସହ ଜେଇଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ମିଥ୍ୟା ବିଲ କରିବାକୁ ତାଙ୍କୁ ବାରମ୍ବାର ଧମକ ମିଳୁଥିବା ସେ ପୂର୍ବରୁ ପରିବାର ଲୋକଙ୍କୁ ଜଣାଇଥିଲେ ବୋଲି କହିଛନ୍ତି ପରିବାରଲୋକେ । ସେପଟେ ପୋଲିସ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.