ବଲାଙ୍ଗୀର : ଜିଲ୍ଲା ଗତ ନଭେମ୍ବର 29ରୁ ଖରିଫ ଋତୁ ଧାନ କିଣା ଆରମ୍ଭ ହୋଇଛି। ହେଲେ ଏଥିରେ ପୂର୍ବରୁ ନିଯୁକ୍ତି ପାଇଁ ଧାନର ମାନ ନିର୍ଦ୍ଧାରଣ କରୁଥିବା କ୍ୱାଲିଟି ଆନାଲିଷ୍ଟଙ୍କୁ ଏଥର ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଜିଲ୍ଲାର 200 ଜଣ କ୍ୱାଲିଟି ଆନାଲିଷ୍ଟ ଚଳିତ ବର୍ଷ ନିଜ ରୋଜଗାର ହରାଇଥିବା ଅଭିଯୋଗ ହୋଇଛି । ଏବଂ ଏଥିପାଇଁ ଜିଲ୍ଲାର ସବୁ କ୍ୱାଲିଟି ଆନାଲିଷ୍ଟମାନେ ବଲାଙ୍ଗୀର ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିବା ସହ ଧାରଣାରେ ବସିଛନ୍ତି ।
ତେବେ ଜିଲ୍ଲା ପ୍ରଶାସନ ତାଙ୍କୁ ଧାନ କିଣାରେ ନିଯୁକ୍ତି ଦେଉ ବୋଲି ଏମାନେ ଦାବି କରିଛନ୍ତି । ସୂଚନାଅନୁସାରେ 158ଟି ପେକ୍ସ ଓ 16 ଏସଏଚଜି ଜରିଆରେ ଧାନ କିଣା ଆରମ୍ଭ ହୋଇଛି। ହେଲେ ଏଠାରେ ପୂର୍ବରୁ ଏହି କ୍ୱାଲିଟି ଆନାଲିଷ୍ଟମାନେ ଧାନର ମାନ ଯାଞ୍ଚ କରିବା ପରେ ଧାନ କିଣା ହୋଇଥାଏ। ତେବେ ବିନା କ୍ୱାଲିଟି ଆନାଲିଷ୍ଟ ଏହି କାମ କେମିତି ହେବ ବୋଲି ପ୍ରଶ୍ନ ଉଠିଛି । ଚାଷୀ ତାଙ୍କର ହକ ପାଇବାରେ ସମସ୍ୟା ଦେଖା ଦେବ ବୋଲି କୁହାଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମହ ଓ୍ବାହିଦ, ଇଟିଭି ଭାରତ