ବଲାଙ୍ଗୀର: ଧାନ କିଣାରେ ଅବ୍ୟବସ୍ଥା ଲାଗି ରହୁଥିବାବେଳେ ଏଥିରେ ଏବେ ଘୋର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବା ନେଇ ଆରଟିଆଇର ତଥ୍ୟର ଜଣାପଡିଛି । ଏଭଳି ସାଙ୍ଘାତିକ ଅଭିଯୋଗ ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ସର୍ ମୁହାଣ ପେକସ ଆସିଛି ।
ପ୍ରାଥମିକ ସମବାୟ ସମିତି ବା ପେକସ ସବୁ ଦୁର୍ନୀତିର କେନ୍ଦ୍ର ପାଲଟିଛି । ଆରଟିଆଇରୁ ମିଳିଥିବା ତଥ୍ୟ ମୁତାବକ ସମ୍ପାଦକମାନେ ମିଲର ସହ ମିଶି ଚାଷୀ ଓ ସରକାରଙ୍କୁ କରୁଛନ୍ତି ଲୁଟ । ଏଠିକାର ସମ୍ପାଦକ ଚାଷୀଙ୍କ ନାଁରେ ଜାଲ କାଗଜ ପତ୍ର ତିଆରି କରି ଲକ୍ଷାଧିକ ଟଙ୍କା ମାରୁଛନ୍ତି । ସୂଚନା ଅଧିକାରଙ୍କ ତଥ୍ୟରୁ ଏନେଇ ସ୍ପଷ୍ଟ ହୋଇଛି । ଯେଉଁଥିରେ ନିୟମ ମୁତାବକ ଏକର ପିଛା 13 କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି । ଅଥଚ ଏମାନେ ଏକର ପିଛା 56 କ୍ବିଣ୍ଟାଲ ଧାନ କିଣିଥିବା ଜଣାପଡିଛି । ସାଧୁ ପଟେଲ ନାମକ ଜଣେ ଚାଷୀଙ୍କ ପାଞ୍ଚ ଏକର ଜମିରୁ 282 କ୍ବିଣ୍ଟାଲ ଧାନ କିଣିଛନ୍ତି । ତାହା ପୁଣି ଚାଷୀଙ୍କ ଅଜାଣତରେ ।
ସେପଟେ, ମଣ୍ଡି ବା ପେକସରେ ଚାଷୀଙ୍କୁ ଧାନ ଆର୍ଦ୍ରତା ନାଁରେ 5 କିଲୋରୁ 12 କିଲୋ କ୍ବିଣ୍ଟାଲ ପିଛା କଟନି ଛଟିନ କରାଯାଉଛି । ମିଲର ଓ ସମ୍ପାଦକଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷି ହେବା ସହ ମଣ୍ଡିରେ ଧାନ ରଖି ବହୁ ହଟହଟ୍ଟା ହେଉଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ