ETV Bharat / state

ବଲାଙ୍ଗୀରରେ ଆରମ୍ଭ ହେଲା ମେଗା ଅମ୍ଳଜାନ ପାଇପ ଲାଇନ ପ୍ଲାଣ୍ଟ - ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜରେ ଆଉ ରହିବା ନାହିଁ ଅମ୍ଳଜାନ ପରିଚାଳନା ସମସ୍ୟା । ଆରମ୍ଭ ହେଲା ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ। ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଆରମ୍ଭ ହେଲା ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ

author img

By

Published : May 9, 2021, 10:10 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜରେ ଆଉ ରହିବା ନାହିଁ ଅମ୍ଳଜାନ ପରିଚାଳନା ସମସ୍ୟା । ଆରମ୍ଭ ହେଲା ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ।

ବଲାଙ୍ଗୀରରେ ଆରମ୍ଭ ହେଲା ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ

ପୂର୍ବରୁ ଏଠି ଅମ୍ଳଜାନ ପରିଚାଳନାକୁ ନେଇ ସମସ୍ୟା ରହି ଆସୁଥିଲା। ଲୋକ ଅମ୍ଳଜାନ ଥାଇ ମଧ୍ୟ ସଠିକ ସମୟରେ ଅମ୍ଳଜାନ ନପାଇ ମୃତ୍ୟୁ ମୁଖରେ ପଡୁଥିବାର ଅଭିଯୋଗ ହେଉଥିଲା। ଏହାର ସମାଧାନ ପାଇଁ ସରକାର ଏଠି ଏକ ମେଗା ଅମ୍ଳଜାନ ପାଇପ ଲାଇନ୍ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ରବିବାରଠୁ କାର୍ଯ୍ୟକ୍ଷମ ହୋଇଛି।

ଏହାଦ୍ଵାରା ଏଠାକାର ସମସ୍ତ ୱାର୍ଡ ତଥା ଶଯ୍ୟାକୁ ଏହି ଅମ୍ଳଜାନ ଅନବରତ ଭାବରେ ଯୋଗାଣ ହୋଇ ପାରିବ। ଯେଉଁଥିରେ କୋରୋନା ୱାର୍ଡକୁ ମଧ୍ୟ ସମାନ ସୁବିଧା ଦିଆଯାଇଥିବା ବେଳେ ଆଇସିୟୁ ରୁମରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ।

ସେହିପରି ପୂର୍ବରୁ ଅମ୍ଳଜାନ ପରିଚାଳନା ପାଇଁ ଆବଶ୍ୟକ ପଡ଼ୁଥିବା କର୍ମଚାରୀଙ୍କ ମଧ୍ୟ ଏଠି ଆଉ ଆବଶ୍ୟକ ରହିବନାହିଁ । ଯାହା ଫଳରେ ସମସ୍ତଙ୍କୁ ଚିକିତ୍ସାରେ ସୁବିଧା ହେବ ବୋଲି ବଲାଙ୍ଗୀର ଜିଲ୍ଲାପାଳ କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.