ETV Bharat / state

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମିଲକୁ କୋଶଳ ସମନ୍ୱୟ ସମିତିର ବିରୋଧ । କୋଶଳ ଜିଲ୍ଲା ଗୁଡିକରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଲା ସମିତି । ଅଧିକ ପଢନ୍ତୁ...

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ
author img

By

Published : Jun 26, 2021, 10:39 PM IST

ବଲାଙ୍ଗୀର: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଛି ବନ୍ଦେ ଉତ୍କଳ ଜନନୀ । ଓଡ଼ିଆରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ପଢ଼ାଯିବ । ସେପଟେ ଏହି ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ନେଇ ତୀବ୍ର ବିରୋଧ କରିଛି କୋଶଳ ସମନ୍ବୟ ସମିତି । ସଙ୍ଗଠନ ପକ୍ଷରୁ ଏନେଇ ଆସନ୍ତା 29 ତାରିଖରେ କୋଶଳ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି ।

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲକୁ କୋଶଳ ସମନ୍ବୟ ସମିତିର ବିରୋଧ

ସୂଚନାଥାଉ କି, କୋଶଳ ସମନ୍ବୟ ସମିତି ଦୀର୍ଘ ବର୍ଷ ହେବ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆନ୍ଦୋଳନ କରୁଛି । ରାଜ୍ୟ ସରକାରଙ୍କ ଏକଚାଟିଆ ପଦକ୍ଷେପ ଯୋଗୁଁ ସବୁବେଳେ କୋଶଳ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ସମିତି ଅଭିଯୋଗ କରିଛି । କୋଶଳ ସମନ୍ବୟ ସମିତିର କହିବା ଅନୁଯାୟୀ, ରାଜ୍ୟ ସରକାର ବେଆଇନ ଭାବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ ଜୋର ଜବରଦସ୍ତ ଏଠିକାର ଦୁଇ କୋଟି ଲୋକଙ୍କ ଉପରେ ତାହା ଲଦିବାର କାମ କରୁଛନ୍ତି । ଯାହା ବିରୁଦ୍ଧରେ ସମିତିର ଆନ୍ଦୋଳନ ଜାରି ଥିବାବେଳେ ଏବେ ପୁଣି ଏହି ସଙ୍ଗୀତକୁ ସରକାର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏହାକୁ ଆମେ ତୀବ୍ର ବିରୋଧ କରୁଛୁ ବୋଲି ସମିତି କହିଛି ।

ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା 29 ତାରିଖରେ କୋଶଳ ଅଞ୍ଚଳ ଜିଲ୍ଲାଗୁଡିକରେ ଆନ୍ଦୋଳନ କରିବାକୁ କୋଶଳ ସମନ୍ବୟ ସମିତି ନିଷ୍ପତ୍ତି ନେଇଛି । ତେବେ ଯେ ପର୍ଯ୍ୟନ୍ତ ସରକାର ଏଥିରୁ ନିବୃତ୍ତ ନ ହେବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଏମାନେ ସ୍ପଷ୍ଟ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.