ETV Bharat / state

BSKY Smart Cards: ଝିଅକୁ କାନ୍ଧରେ ବାପା ହସ୍ପିଟାଲ ନେବା ପରେ ସ୍ମାଟକାର୍ଡକୁ ବିରୋଧୀଙ୍କ ଟାର୍ଗେଟ

author img

By

Published : Nov 24, 2021, 10:34 AM IST

ଚିକିତ୍ସା ପାଇଁ ବାପା ଝିଅକୁ କାନ୍ଧରେ ବସାଇ ହସ୍ପିଟାଲ ନେବା ଭିଡିଓ ଭାଇରାଲ ପରେ ସ୍ମାର୍ଟ କାର୍ଡ(Smart Card)କୁ ଟାର୍ଗେଟ କଲେ ବିରୋଧୀ(Opposition) । ଅଧିକ ପଢନ୍ତୁ

Smart Card: ବାପା ଚିକିତ୍ସା ପାଇଁ ଝିଅକୁ କାନ୍ଧରେ ବୁଲାଇବା ପରେ ଯୋଜନାରେ ସୁଧାର ଆଣିବାକୁ ଦାବି

ବଲାଙ୍ଗୀର: କିଛିଦିନ ତଳେ ବଲାଙ୍ଗୀରରୁ ଆସିଥିଲା ସ୍ବାସ୍ଥ୍ୟ ସେବାର ନଗ୍ନଚିତ୍ର । ଯେଉଁଥିରେ ଜଣେ ଗରିବ ବୃଦ୍ଧ ବାପା ଚିକିତ୍ସା ପାଇଁ ଅସୁସ୍ଥ ଝିଅକୁ କାନ୍ଧରେ ବସାଇ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ(Smart Card)କୁ ଟାର୍ଗେଟ କରିଛନ୍ତି ବିରୋଧୀ(Opposite Party) । ସରକାର ଗୋଟିଏ ପଟେ ବିଜୁ ସ୍ବାସ୍ଥ୍ୟ କାର୍ଡ(Biju Smart Card) ବଣ୍ଟନ କରୁଥିବାବେଳେ ଅନ୍ୟପଟେ ସ୍ବାସ୍ଥ୍ୟସେବାରେ ଏପରି ନଗ୍ନଚିତ୍ର ପାଇଁ ଶାସକଙ୍କୁ ଦାୟୀ କରିଛନ୍ତି ବିରୋଧୀ ।

ଏଥିସହ ବିରୋଧୀ ଏହି ସ୍ମାର୍ଟ କାର୍ଡରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି । କାରଣ କାର୍ଡରେ କେବଳ ସ୍ବାସ୍ଥ୍ୟସେବା ଯୋଗାଇବା ପର୍ଯ୍ୟନ୍ତ ସୁଯୋଗ ରହିଛି । ଗରିବ ଲୋକଟିକୁ ଏହି ସେବା ପାଇବା ପାଇଁ ହେଲେ ତାକୁ ନିଜ ହାତରୁ ଖର୍ଚ୍ଚ କରି ଡାକ୍ତରଖାନାରେ ପହଞ୍ଚିବାକୁ ପଡିବ । ଯାହା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ କାର୍ଡରେ ଥିବା ତ୍ରୁଟି ସଂଶୋଧନ କରି ସେବା କ୍ଷେତ୍ରରେ ସ୍ମାର୍ଟ କାର୍ଡ ସେବାରେ ପରିବର୍ତ୍ତନ ଆଣିବାକୁ ବିରୋଧୀ ଦାବି କରିଛନ୍ତି । ସମାନ ଭାବରେ ଚିକିତ୍ସା ପାଇଁ କେବଳ ଡାକ୍ତରୀ ଖର୍ଚ୍ଚ ଦେବା ସହ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ଏହି କାର୍ଡ ଦ୍ବାରା ଗରିବ ଲୋକଙ୍କୁ ଦିଆଯାଉ ବୋଲି ବିରୋଧୀ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ନେହେନା ବନ୍ଦ ଗ୍ରାମର ଧୁବଳ ଛତ୍ରିଆଙ୍କ 18 ବର୍ଷିୟ ଝିଅ ମଲ୍ଲି ଛତ୍ରିଆ କୌଣସି ଏକ ରୋଗରେ ବର୍ଷେ ହେବ ପୀଡ଼ିତ ଅଛନ୍ତି । ଚିକିତ୍ସା ପାଇଁ ସବୁ ଚେଷ୍ଟା ସରିଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଡାକ୍ତରୀ ଚିକିତ୍ସାରେ ସବୁ ଅର୍ଥ ସରିଯିବା ପରେ ଝଡା ଫୁଙ୍କାର ସାହାରା ନେଇଛନ୍ତି ପରିବାର ଲୋକେ । ଧୁବଳ ତାଙ୍କ ଝିଅକୁ ନେଇ ଜଣେ ବାବା ଠାରୁ ଝଡା ଫୁଙ୍କା କରି ଫେରୁଥିବା ସମୟର ଭିଡିଓ ଭାଇରାଲ ହୋଇଥିଲା । ଏହି ପରିବାର ବିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ପାଇଛନ୍ତି । ହେଲେ ଡାକ୍ତରଖାନାରେ ପହଞ୍ଚିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ ।

ଏନେଇ ବିରୋଧୀ ରାଜ୍ୟ ସରକାରଙ୍କ ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଥିବାବେଳେ କାର୍ଡରେ ଥିବା ତ୍ରୁଟିକୁ ସୁଧାର କରିବା ପାଇଁ ଦାବା କରିଛନ୍ତି ।
ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ରୋଗୀଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.