ETV Bharat / state

ଶୌଚାଳୟ ତାଜା ପଡି ଶିଶୁ ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ - ବଲାଙ୍ଗୀର ଖବର

ବିଦ୍ୟାଳୟର ଶୌଚାଳୟ ତାଜା ପଡି ଜଣେ ଶିଶୁର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଘଟଣାର ତଦନ୍ତ ଆରମ୍ଭ । ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ଅଧିକ ପଢ଼ନ୍ତୁ...

ଶୌଚାଳୟ ତାଜା ପଡି ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର
author img

By

Published : Nov 9, 2019, 11:36 PM IST

ବଲାଙ୍ଗୀର: ସ୍କୁଲ ଶୌଚାଳୟ ତାଜା ପଡି ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କୁ ନିଲମ୍ବନ କରାଯାଇଛି । ଏଥିସହିତ ସମାନ ଭାବରେ ଶୌଚାଳୟ ତିଆରି କରିଥିବା ଡିପିଇପି, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ ।

ଶୌଚାଳୟ ତାଜା ପଡି ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

ସୂଚନାନୁସାରେ, ଶନିବାର ବଲାଙ୍ଗୀର ସହର ମଧ୍ୟରେ ଥିବା ତିକ୍ରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଲାସ ଚାଲିଥିବା ବେଳେ କିଛି ପିଲା ସ୍କୁଲର ଶୌଚାଳୟ ପାଖରେ ଥିଲେ । ହଠାତ ଶୌଚଳୟର ସାମ୍ନାପଟ ତାଜା ତାଙ୍କ ଉପରେ ପଡିଯାଇଥିଲା । ଭଙ୍ଗା ତାଜା ତଳେ ଚାପି ହୋଇ ଶିଶୁ ଅସିତ ଖରସେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ ।

ତେବେ ସଙ୍ଗେ ସଙ୍ଗେ ଆଖ ପାଖ ଲୋକେ ଏବଂ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତକୁ ଉଦ୍ଧାର କରିଥିଲେ । ଦୁଇ ଶିଶୁଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ସେଠାରେ ଡାକ୍ତର ଅସିତଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ହୋଇଥିବା ଶିଶୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜେନା ଦେଖାଦେଇଥିଲା । ଡ଼ିପିଇପି ପକ୍ଷରୁ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମାଣ ହୋଇଥିବା ଶୌଚାଳୟରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗରେ ଡିପିଇପି, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କୁ ନିଲମ୍ବନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଆଜି ଏକ ଅଭାବନୀୟ ଘଟଣାରେ ଏକ ସ୍କୁଲ ଶୌଚଳୟର ଛାୟା ପଡି ଜଣେ ଶିଶୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉଜନେ ଗିରିତର ଆହତ ହୋଇଛି। ଘଟଣାଟି ବଲାଂଗୀର ସହର ମଧ୍ୟରେ ଘଟି ଥିବା ବେଳେ ସମସ୍ତେ ନିମ୍ନ ମାନର କାମ କୁ ଦୋଷ ଦେଇଛନ୍ତି। ସେପଟେ ଜିଲ୍ଲା ପାଳଙ୍କ ନୋର୍ଦେଶରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Body:ବଲାଂଗୀର ଆଜି ଏକ ଅଭାବନୀୟ ଘଟଣାରେ ଏକ ସ୍କୁଲ ଶୌଚଳୟର ଛାୟା ପଡି ଜଣେ ଶିଶୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉଜନେ ଗିରିତର ଆହତ ହୋଇଛି। ଘଟଣାଟି ବଲାଂଗୀର ସହର ମଧ୍ୟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ତିକ୍ରପଡ଼ାରେ ଘଟି ଛି। ଯେଉଁଠି ଡ଼ିପିଇପି ପକ୍ଷ୍ୟରୁ ଭାରତ ଶ୍ୱଛ ମିଶନ ଅନ୍ତର୍ଗତ ଶୌଚାଳୟ ତିଆରି ହୋଇଥିଲା । ତେବେ ଗୋଟିଏ ପଟେ ସ୍କୁଲ କ୍ଲାସ ଚାଲିଥିବ ବେଲେ ଅନ୍ୟ ପଟେ ପାଖରେ ଏକ ପ୍ରହରୀ ଚାଲିଥିବାରୁ କିଛି ବାଳକ ସେହି ଶୌଚାଳୟ ପାଖରେ ଥିଲେ । ଏବଂ ହଠାତ ଏହି ଶୌଚଳୟର ସମନା ପଟ ଛାୟା ତାଙ୍କ ଉପରେ ପଡି ଯାଇ ଥିଲା। ଯେଉଁଥିରେ ଛାୟା ତଳେ ଚାପି ହୋଇ ଶିଶୁ ଅସିତ ଖରସେଲ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏବଂ ଆଉଜନେ ଶିଶୁ ଗୁରୁତର ଆହତ ହୋଇଥିଲେ। ତେବେ ସଂଗେ ସଂଗେ ଆଖ ପାଖ ଲୋକେ ତଥା ବଲାଂଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତନକୁ ଉଦ୍ଧାସ୍ତ୍ର କରିଥିଲେ। ଏବଂ ମୃତ ଶିଶୁ କୁ ବଲାଂଗୀର ମେଡିକାଲ କଲେଜ ନେଇଥିଲେ। ଯେଉଁଠି ଡାକ୍ତର ମୃତ ଘୋଷଣା କରିଥିଲା। ସେହିପରି ଗୁରୁତର ଆହତ ହୋଇଥିବା ଆଉଜଣେ ଶିଶୁ କୁ ଚିକିତ୍ସା ପାଇଁ ସମାନ ଭାବରେ ବଲାଂଗୀର ମେଡିକାଲ କଲେଜରେ ଭର୍ତ୍ତି କରା ଯାଇଛି। ତେବେ ଏହି ଘଟଣା ପରେ ସେଠି ସାମାନ୍ୟ ଉତ୍ତେଜେନା ଥିବା ବେଳେ ସାଧାରଣରେ ସମସ୍ତେ ନିମ୍ନ ମାନର କାମ କୁ ଦୋଷ ଦେଇଛନ୍ତି। ସେପଟେ ଜିଲ୍ଲା ପାଳଙ୍କ ନିର୍ଦେଶରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବଂ ଘଟଣା ସ୍ଥଳକୁ ଜିଲ୍ଲା ଶିକ୍ଷା ବିଭାଗର ଅଧିଲାରୀ ଯାଇ ଯାଞ୍ଚ କରିଛନ୍ତି। ଏବଂ ସବିଶେଷ ରିପୋର୍ଟ ଦିଇଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦିଆ ଯିବ ବୋଲି କହିଛନ୍ତି । ସେହିପରି ଏହି ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷତ୍ରି କହିଛନ୍ତି ଯେ ଏହି ଶୌଚାଳୟ ଦୀର୍ଘ ଦିନରୁ ଅକାମି ପଡିଥିବା ବେଳେ ତାହା ସ୍କୁଲ ପିଲା ବ୍ୟବହାର କରୁ ନଥିଲେ । ଏବଂ କିପରି ବାହାରୁ ଦୁଇ ଶିଶୁ ସେଠାକୁ ଆସିଲେ ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ।
ବାଇଟ ଏସ ଯୋଶୀ ପ୍ରଧାନ ଶିକ୍ଷୟତ୍ରୀ
ବାଇଟ ନୀଳମଣି ପଟେଲ ତଦନ୍ତ ଅଧିକାରୀ ଦି ଇ ଓ କାର୍ଯ୍ୟାଳୟ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.