ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଜି ଅନ୍ତିମ ଦିନରେ ଶାନ୍ତି ଶୃଙ୍ଖଳାରେ ସରିଛି ନାମାଙ୍କନ ପତ୍ର ଦାଖଲ। ସବୁଠି ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନେ ବିରାଟ ପଟୁଆରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଭିନ୍ନ ସ୍ଥାନରେ ଆଜି ମୋଟ 26 ଜଣ ଅଧ୍ୟକ୍ଷା ଅଧ୍ୟକ୍ଷ ପ୍ରାର୍ଥୀ ଓ 260 ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ମୋଟ 78 ୱାର୍ଡ ପାଇଁ 260 ଜଣ କାଉନସିଲର ଓ ପାଞ୍ଚଟି ଚେୟାରମେନ ପଦବୀ ପାଇଁ ମୋଟ 26 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯେଉଁଥିରେ ବଲାଙ୍ଗୀର ପୌରପରିଷଦ ରେ 21 ଟି ୱାର୍ଡ ଥିବା ବେଳେ ଏଠି ମୋଟ 80 ଜଣ ବିଭିନ୍ନ ଦଳ ସ୍ଵାଧୀନ ପ୍ରାର୍ଥି ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଅଧ୍ୟକ୍ଷା ପଦବୀ ପାଇଁ ଏଠି ଛ’ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ପାଟଣାଗଡ ବିଜ୍ଞାପିତ ପରିଷଦ ଅଞ୍ଚଳରେ 15 ଟି ୱାର୍ଡ ଥିବା ବେଳେ ଏଠି 51 ଜଣ କାଉନସିଲର ନାମାଙ୍କନ ଦାଖଲ କରିଛନ୍ତି। ଚେୟାରମେନ ପାଇଁ ଆଠ ଜଣ ନାମାଙ୍କନ ଦାଖଲ କରିଛନ୍ତି। ସମାନ ଭାବରେ ଟିଟିଲାଗଡରେ ମୋଟ 15 ଟି ୱାର୍ଡ ଥିବା ବେଳେ ଏଠି 48 ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଚେୟାରମେନ ପାଇଁ 5 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏହାବାଦ କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ଅଞ୍ଚଳରେ 16 ଟି ୱାର୍ଡ ଥିବା ବେଳେ 48 ଜଣ କାଉନସିଲର ଓ 4ଜଣ ଚେୟାରମେନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତୁଷୁରା ବିଜ୍ଞାପିତ ପରିଷଦ ଅଞ୍ଚଳରେ 11 ୱାର୍ଡ ଥିବା ବେଳେ କାଉନସିଲର ପାଇଁ 33 ଜଣ ଓ ଚେୟାରମେନ ପାଇଁ 3 ଜଣ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଚଳିତ ଥର ମଧ୍ୟ ବିଜେଡି ବିକାଶ ପାଇଁ ସବୁଠି ସଫଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ