ETV Bharat / state

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ । କମ ମଜୁରୀରେ କେନ୍ଦୁପତ୍ର ତୋଳାଳି କାମ କରୁଥିବା ଅଭିଯୋଗ ।

author img

By

Published : Feb 15, 2021, 10:37 PM IST

_kendupatra sangha odisha demand
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ବଲାଙ୍ଗୀର : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ଉପରେ ବିଷୟରେ ଆଲୋଚନା ହୋଇଥିଲା। ତେବେ ରାଜ୍ୟରେ ଲକ୍ଷାଧିକ ଋତୁଗତ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳୀ କେନ୍ଦୁପତ୍ର ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଏବଂ ଏମାନଙ୍କର ଅକ୍ଲାନ୍ତ ପରିଶ୍ରମ ପରେ ହିଁ ରାଜ୍ୟ ସରକାର କେନ୍ଦୁପତ୍ରରୁ କୋଟିକୋଟି ଟଙ୍କାର ରାଜସ୍ବ ଆୟ କରିଥାନ୍ତି।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ହେଲେ ସରକାର ଏମାନଙ୍କୁ ହିଁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ ଋତୁଗତ ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀ ଆଜିବି ନିମ୍ନ ମଜୁରିରେ କାଟୁଥିବା ବେଳେ ସରକାର ତାଙ୍କର ଆନୁସାଙ୍ଗିକ ବ୍ୟବସ୍ଥା ଏଯାଏଁ କରିନାହାନ୍ତି। ସେହିପରି ଏମାନଙ୍କର ନ୍ୟାର୍ଯ୍ୟ ଦାବି ମଧ୍ୟ ସରକାର ଏଯାଏଁ ଅଣଦେଖା କରିଆସିଛନ୍ତି। ତେଣୁ ଆଗକୁ ଏମାନଙ୍କର 18 ଗୋଟି ମୁଖ୍ୟ ଦାବି ସରକାର ପୂରଣ ନକଲେ କୌଣସି କର୍ମଚାରୀ ଆସନ୍ତାବର୍ଷର କେନ୍ଦୁପତ୍ର ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି।

ବଲାଙ୍ଗୀରରୁ ସେଖ ମହମ୍ମହ ଓ୍ବାହିଦଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.