ETV Bharat / state

କନକ ବର୍ଦ୍ଧନ ସିଂହ ଦେଓଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ୧୦ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

author img

By

Published : Jan 28, 2023, 11:31 AM IST

ବିଡ଼ିଓଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଘଟଣା । ତାତିଲା ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ । ଫେବୃଆରୀ 10ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଲା ସଂଗଠନ । ଅଧିକ ପଢ଼ନ୍ତୁ

misbehave to BDO
ବିଡିଓଙ୍କୁ ଦୁର୍ବ୍ୟବହାର

ବିଡିଓଙ୍କୁ ଦୁର୍ବ୍ୟବହାର

ବଲାଙ୍ଗୀର: ବଲାଙ୍ଗୀରର ଜଣେ ବିଡିଓଙ୍କୁ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସର୍ବସମ୍ମୁଖରେ ଗାଳି କରିବା ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଏହାକୁ ନେଇ ପୁଣିଥରେ ମୁହଁ ଖୋଲିଛି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ସଂଗଠନ । ଏପରିକି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଜେପି ନେତା କେଭି ସିଂହଦେଓଙ୍କୁ ଗିରଫ କରିବାକୁ ଦାବି କରିଛି ସଂଗଠନ । ନଚେତ ଆସନ୍ତା ଫେବୃଆରୀ ୧୦ ତାରିଖରେ ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶା ବନ୍ଦ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି । ତେବେ ପ୍ରଶାସନିକର ମନମୁଖୀ କାର୍ଯ୍ୟ ଓ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କ ସେୟାର ଟଙ୍କା ବେଳପଡା ବିଡିଓ କାଟି ଦେଇଥିବାର ଅଭଯୋଗ ହୋଇଥିଲା । ଯାହାକୁ ନେଇ ଦୁଇ ଜିଲ୍ଲା ପରିଷଦ ସଭ୍ୟ ବେଲପଡା ବ୍ଲକ ଆଗରେ ୨ ଦିନ ଧରି ଧାରଣା ଦେଇଥିଲେ ।

ଏଥିରେ ପଟଣାଗଡ ପୂର୍ବତନ ବିଧାୟକ ତଥା ବିଜେପି ନେତା କେଭି ସିଂହଦେଓ ମଧ୍ୟ ସାମିଲ ହୋଇଥିଲେ । ସେଠାକୁ ବେଲପଡା ବିଡିଓ ତାଙ୍କ ସହ ଆଲୋଚନା କରିବାକୁ ଆସିଥିଲେ । ହେଲେ ସେହି ସମୟରେ ବିଜେପି ନେତା ବିଡିଓଙ୍କ ଉପରେ ବର୍ଷିଥିଲେ କେଭି ସିଂହଦେଓ । ଏବେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ଦଳିତ ସଂଘ ଏଥିରେ ସାମିଲ ହୋଇଛି ।

ଯେଉଁଥିରେ ବଲାଙ୍ଗୀରରେ ଲୋକତନ୍ତ୍ର ନୁହେଁ ରାଜତନ୍ତ୍ର ଚାଲିଥିବାର କହିଛନ୍ତି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂ । ତେବେ ବିଡ଼ିଓ ଏକ ପ୍ରଶାସନିକ ପଦ ହୋଇଥିବା ବେଳେ ସେ ସର୍ବଜନ ହିତ ପାଇଁ କାମ କରିଥାନ୍ତି । ସେହିପରି ତାଙ୍କ ପଦର ମର୍ଯ୍ୟାଦା ଅଛି । ତାଙ୍କୁ ପିଅନ କହିବାକୁ ନେଇ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ନିନ୍ଦା କରିଛି । ସେହିପରି କନକ ବର୍ଦ୍ଧନ ସିଂହଦେଓ କେଉଁ ଅଧିକାର ବଳରେ ତାଙ୍କୁ ଏଭଲି ଆକ୍ଷେପ କଲେ ବୋଲି ପ୍ରଶ୍ନ କରିଛି ସଂଗଠନ । ତେଣୁ ତାଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଫେବୃଆରୀ 10 ତାରିଖରେ ପଶ୍ଚିମ ଓଡିଶା ବନ୍ଦ କରିବେ ବୋଲି କହିଛନ୍ତି ପଶ୍ଚିମ ଓଡିଶା ଦଲିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂହ ।

ଏହାମଧ୍ୟ ପଢ଼ନ୍ତୁ. କ୍ଷମା ମାଗନ୍ତୁ ବିଜେପି ସାଂସଦ ସଂଗୀତା ସିଂହ ଦେଓ: ବିଜେଡି

ନିକଟରେ ବେଲପଡ଼ାରେ ସମାନ ଭାବରେ ବଲାଙ୍ଗୀର ଦିଶା ବୈଠକରେ ସାଂସଦ ସଂଗୀତା ସିଂହଦେଓ ସେଠି ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କିଛି ବିଜେଡିର ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଯାହାକୁ ନେଇ ଆନ୍ଦୋଳନ କରିଥିଲା ବିଜେଡି । ଏପରିକି ଏହି ଘଟଣାକୁ ନେଇ ବିଜେଡି ଦଳର ଶତାଧିକ କର୍ମୀ ଓ ନେତା ପାଟଣାଗଡ଼ ରାଜରାସ୍ତାରେ ଶୋଭାଯାତ୍ରା କରିଥିଲେ । ଏହାସହ ଉଭୟ କନକ ବର୍ଦ୍ଧନ ସିଂହଦେଓ ଓ ସଂଗୀତା ସିଂହଦେଓଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ପରେ ଏହାକୁ ନେଇ ପାଟଣାଗଡ଼ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଥିଲା । ଯେଉଁଥିରେ ବରିଷ୍ଠ ବିଜେଡି ନେତା ରାଜ କୁମାର ମିଶ୍ର କେଭି ସିଂହଦେଓଙ୍କ ବେଲପଡ଼ା ବିଡ଼ିଓଙ୍କ ପ୍ରତି କରିଥିବା ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି । ସେହିପରି ସଂଗୀତା ସିଂହଦେଓଙ୍କ ଆଚ୍ଚରଣ ଓ ଉଚ୍ଚାରଣକୁ ମଧ୍ୟ ସେ ନିନ୍ଦା କରିଛନ୍ତି । ସମାନ ଭାବରେ ବେଲପଡ଼ା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର କହିଛନ୍ତି ବେଲପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ସଫଳତାର ସହ ଚାଲିଥିବା ବେଳେ ଅସହିଷ୍ଣୁ ହୋଇ ବିଜେପି ନେତା ସ୍ଥାନୀୟ ବିଡ଼ିଓ ଓ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତେଣୁ ସେ ୩ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ ବିଜେଡି ଆଗକୁ ପାଟଣାଗଡ଼ରେ ରାସ୍ତା ରୋକ କରି ତୀବ୍ର ଆନ୍ଦୋଳନ କରିବ ବୋଲି ଟିନା କୁମ୍ଭାର କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.