ETV Bharat / state

ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ଦାବିରେ ବଲାଙ୍ଗୀରରେ ଓବିସି ମଞ୍ଚର ଆନ୍ଦୋଳନ - ଓବିସି ମଞ୍ଚ ଆନ୍ଦୋଳନ

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ବିବାଦ ଥମିବାର ନା ନେଉ ନାହିଁ। ଆଜି ପୁଣି ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ରାଜ୍ୟ ଓବିସି ମଞ୍ଚର ଆନ୍ଦୋଳନ। ଅଧିକ ପଢ଼ନ୍ତୁ

obc protest in balangir
ଆସନ ସଂରକ୍ଷଣ ନେଇ ଓବିସି ମଞ୍ଚ ପକ୍ଷରୁ ଆନ୍ଦୋଳନ
author img

By

Published : Jan 5, 2022, 4:17 PM IST

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ବିବାଦ ଥମିବାର ନା ନେଉ ନାହିଁ। ଆଜି ପୁଣି ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ଦାବିରେ ରାଜ୍ୟ ଓବିସି ମଞ୍ଚର ଆନ୍ଦୋଳନ। ଓଡ଼ିଶା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନା ନେଉ ନାହିଁ। ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ଓବିସିଙ୍କୁ ସଂରକ୍ଷଣ ଦିଆଯାଇ ପାରି ନାହିଁ। ଯାହାକୁ ନେଇ ତାତିଛନ୍ତି ଓବିସି।

ବଲାଙ୍ଗୀରରେ ଆଜି ଓବିସି ମଞ୍ଚ ଆନ୍ଦୋଳନ କରିଛି। ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର ଶତାଧିକ ପଛୁଆ ବର୍ଗର ଲୋକନେତା ସାମିଲ ହୋଇଥିଲେ। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓବିସି ମାନଙ୍କୁ ନେଇ ରାଜନୀତି କରୁଥିବା ବେଳେ ତାଙ୍କୁ ସଂରକ୍ଷଣ ଦେବାରେ ବିଫଳ ହୋଇଥିବାର ଏମାନେ ଅଭିଯୋଗ କରିଛନ୍ତି। ସମାନ ଭାବରେ ସରକାର ଏଯାଏଁ ଓବିସି ଜନସଂଖ୍ୟାର ମଧ୍ୟ ଗଣନା କରି ପାରୁ ନାହାଁନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟରେ ଓବିସିଙ୍କ ସଂଖ୍ୟା ପ୍ରାୟ 52 ପ୍ରତିଶତ ଥିବା ବେଳେ ସରକାର ଏମାନଙ୍କୁ ସଂରକ୍ଷଣ ଦେବାକୁ ଏମାନେ ଦାବି କରିଛନ୍ତି। ନ ହେଲେ ଏମାନେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ଓ ରାଜନେତାଙ୍କୁ ବିରୋଧ କରିବେ ବୋଲି କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.