ETV Bharat / state

ବିଦ୍ୟୁତ ବିଭାଗର ଅଜବ ନୀତି, ବିନା ବିଜୁଳିରେ ଆସୁଛି ବିଲ

author img

By ETV Bharat Odisha Team

Published : Nov 18, 2023, 3:23 PM IST

ବଲାଙ୍ଗୀର ଜିଲ୍ଲା ଉପରଝର ଗ୍ରାମର ରମେଶ ବଢ଼ିଆଙ୍କ ଘରେ ବିଦ୍ୟୁତ ସଂଯୋଗ ନ ଥାଇ ହଜାର ହଜାର ଟଙ୍କାର ବିଲ୍ । ବାରମ୍ବାର ଅଭିଯୋଗ ପରେ ଶୁଣୁନି ବିଭାଗ । ଅଧିକ ପଢନ୍ତୁ

ବିଦ୍ୟୁତ ବିଭାଗର ଅଜବ ନୀତି
ବିଦ୍ୟୁତ ବିଭାଗର ଅଜବ ନୀତି
ବିଦ୍ୟୁତ ବିଭାଗର ଅଜବ ନୀତି

ବଲାଙ୍ଗୀର: ଘରେ ନାହିଁ ବିଦ୍ୟୁତ ସଂଯୋଗ ମାତ୍ର ଆସୁଛି ହଜାର ହଜାର ଟଙ୍କାର ବିଲ୍ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଉପରଝର ଗ୍ରାମରୁ । ଏଠି ରହୁଥିବା ଗରିବ ଖଟିଖିଆ ରମେଶ ବଢ଼ିଆଙ୍କ ପରିବାର ସହିତ ଏଭଳି କିଛି ଘଟିଛି ।

ରମେଶ ବଢିଆ ଦିନ ମଜୁରିଆ ହୋଇଥିବା ବେଲେ ଉପରଝର ଗାଁ ଜଙ୍ଗଲ ତଳେ ସେ କୁଡ଼ିଆ ଓ ଏକ ନିର୍ମାଣ ଧୀନ ପକ୍କା ଘରେ ରହୁଛନ୍ତି । ଦୀର୍ଘ ୬ ବର୍ଷ ହେବ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ସେ ତୁସୁରା ଟିପି ଉଡ଼ ବିଦ୍ୟୁତ ବିଭାଗରେ ଆବେଦନ କରିଛନ୍ତି । ହେଲେ ୬ବର୍ଷ ବିତି ଥିଲେ ସୁଦ୍ଧା ଏଯାଏଁ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆ ଯାଇନାହିଁ । ସେପଟେ ବିନା ବିଦ୍ୟୁତରେ ତାଙ୍କ ପରିବାର ଅନ୍ଧାରରେ ଦୀର୍ଘ ବର୍ଷ ହେବ ବହୁ ଅସୁବିଧାରେ ରହି ଆସୁଛନ୍ତି । ଏପରିକି ଗାଁକୁ ଯାଇ ଅନ୍ୟ ଲୋକଙ୍କ ଘରେ ଲାଇଟ ମୋବାଇଲ ଚାର୍ଜ କରି ଆଣି ରାତି ବିତାଇ ଆସୁଛନ୍ତି । ହେଲେ ଏଭଳି ସ୍ଥଳେ ତାଙ୍କୁ ବିଦ୍ୟୁତ ସଂଯୋଗ ନ ଦେଇ ତାଙ୍କ ନାଁରେ 10 ହଜାରରୁ ଊର୍ଦ୍ଧ୍ବ ଟଙ୍କାର ବିଲ ବିଭାଗ ଦେଇଛି । ଏଥିସହ ତାକୁ ଶୀଘ୍ର ପୈଠ କରିବାକୁ କହିଛି ।

ତେବେ ବିନା ବିଦ୍ୟୁତ୍‌ ସଂଯୋଗରେ ତାଙ୍କୁ ଏହି ବିଲ ଦିଆଯିବା ସମସ୍ତଙ୍କୁ ଚକିତ କରିଥିବା ବେଳେ ବିଭାଗର ଏହି ଅଜବ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ରମେଶ ବଢିଆଙ୍କ ସ୍ତ୍ରୀ ବାସନ୍ତି ବଢିଆ କହିଛନ୍ତି ଯେ, "ସେ ତାଙ୍କ ସ୍ୱାମୀ ଦୁଇ ଶିଶୁ ଓ ବୃଦ୍ଧ ଶ୍ବଶୂର ସହିତ ଏହି ଜଙ୍ଗଲରେ ଏକ ଘର କରି ଦୀର୍ଘ ୬ ବର୍ଷ ହେବ ରହୁଛନ୍ତି । ଆଉ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ତାଙ୍କ ସ୍ୱାମୀ ୬ ବର୍ଷରୁ ବିଦ୍ୟୁତ ବିଭାଗକୁ ଆବେଦନ କରି ଆଜି ଯାଏଁ ହଇରାଣ ହେଇଆସୁଛୁ । ଜଙ୍ଗଲ କଡରେ ଘର ଥିବା ବେଳେ ବନ୍ୟଜନ୍ତୁ ହାତୀ ସାପ ଭୟ ସବୁ ବେଳେ ଲାଗି ରହିଛି । ହେଲେ ଗତ ଖରା ମାସରେ ବିନା ବିଦ୍ୟୁତ ସଂଯୋଗରେ ବିଦ୍ୟୁତ ବିଭାଗ ୧୦ ହଜାର ଟଙ୍କାର ବିଲ ଦେଇଛି। "

ଏହା ମଧ୍ୟ ପଢନ୍ତୁ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ବିପଦସଙ୍କୁଳ ବିଦ୍ୟୁତ୍‌ ବ୍ୟବସ୍ଥା, ଟାଟା ପାୱାର ସାଜିଛି ନିରବଦ୍ରଷ୍ଟା !

ତେଣୁ ଏଭଳି ସ୍ଥଳେ ସେମାନେ କଣ କରିବେ ବୋଲି ପ୍ରଶ୍ନ କରିଥିବା ବେଳେ ପ୍ରଥମେ ବିଦ୍ୟୁତ ସଂଯୋଗ ଦେବା ଓ ଏହି ବିଲ ଉପରେ ପଦକ୍ଷେପ ନେବାକୁ କହିଛନ୍ତି ବାସନ୍ତି ବଢିଆ । ସେହିପରି ତାଙ୍କ ସ୍ୱାମୀ ରମେଶ ବଢିଆ ମଧ୍ୟ ସମାନ କଥା କହିଥିବା ବେଳେ ଘରେ ଏଯାଏଁ ମିଟର ଲାଗି ନାହିଁ କୌଣସି ସ୍ଥାନରେ ଗୋଟିଏ ସୁଇଚ କିମ୍ବା ଲାଇଟ ଲାଗି ନାହିଁ । ଏପରିକି ଘରେ କୌଣସି ପ୍ରକାରର ଏଯାଏଁ ବିଦ୍ୟୁତ ୱାୟାରିଂ ହୋଇ ନାହିଁ । ତେବେ ଏପରି ସ୍ଥଳେ ବିଦ୍ୟୁତ ବିଭାଗ ତରଫରୁ କିପରି ହଜାର ହଜାର ଟଙ୍କାର ବିଲ ଦେଇଛି ଏନେଇ ସେ ପ୍ରଶ୍ନ କରିଛନ୍ତି ରମେଶ । ସେପଟେ ଏହାକୁ ନେଇ ଦୀର୍ଘ ୪ ମାସ ହେବ ସେ ତୁସୁରା ବିଦ୍ୟୁତ ବିଭାଗରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଯାଏଁ ସୁଫଳ ପାଇ ନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ଅଭିଯୋଗ ଉପରେ ମୁହଁ ଖୋଲିନି ବିଦ୍ୟୁତ ବିଭାଗ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.