ETV Bharat / state

କୋରୋନା ସଂକ୍ରମଣ ଦ୍ଵିତୀୟ ଲହର, ବଲାଙ୍ଗୀରରେ ନାଇଟ କର୍ଫ୍ୟୁ ଜାରି - corona virus

କରୋନା ସଂକ୍ରମଣ ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଲେ ପଶ୍ଚିମ ଓଡିଶା ଏବେ ହଟ ସ୍ପଟ ପାଲଟିଛି। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲାରେ ସୋମବାର ଠୁଁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ। ଅଧିକ ପଢନ୍ତୁ...

କରୋନା ସଂକ୍ରମଣ ଦ୍ଵିତୀୟ ଲହର, ବଲାଙ୍ଗୀରରେ ନାଇଟ କର୍ଫ୍ୟୁ

author img

By

Published : Apr 6, 2021, 8:40 AM IST

Updated : Apr 6, 2021, 11:03 AM IST

ବଲାଙ୍ଗୀର: ଓଡ଼ିଶାରେ କରୋନା ସଂକ୍ରମଣ ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଲେ ପଶ୍ଚିମ ଓଡିଶା ଏବେ ହଟ ସ୍ପଟ ପାଲଟିଛି। ଏବଂ ଏଥିପାଇଁ ସରକାରଙ୍କ ନିର୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲାରେ ସୋମବାର ଠୁଁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ। ଯେଉଁଥିରେ ଜିଲ୍ଲାରେ ଲୋକେ ସ୍ବତ ପ୍ରବୃତ ଭାବରେ ଦୋକାନ ବଜାର ରାତି 10 ତା ପୂର୍ବରୁ ବନ୍ଦ ରଖି ଥିବା ବେଳେ ଘରୁ ବାହାରିବା ମଧ୍ୟ ବନ୍ଦ କରିଛନ୍ତି।

ସେପଟେ ଜିଲ୍ଲା ପୋଲିସ ପକ୍ଷରୁ ଏହାକୁ ବଳବତ୍ତର କରିବା ପାଇଁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି। ଯେଉଁଥିରେ ଜିଲ୍ଲାର ସବୁ ଥାନା ଓ ଫାଣ୍ଡିରେ ପୋଲିସ ମୁତୟନ ହୋଇ ବିଭିନ୍ନ ସ୍ଥାନରେ ନାକା କରି ଯାଞ୍ଚ କଡା କରିଛନ୍ତି। ଏବଂ ଅମାନିଆଙ୍କ ବିରୋଧରେ ମଧ୍ୟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଏମାଙ୍କ ଉପରେ ଫାଇନ କାଟିଛି।

ଏହି ନାଇଟ କର୍ଫ୍ୟୁର ନିଜେ ଏସପି ତଦାରଖ କରୁଥିବା ସହ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କାମ କରୁଥିବାର ଓ ଲାକଙ୍କୁ ସହଯୋଗ କରିବା ପାଇଁ କହିଛ୍ୱନ୍ତି। ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଦୈନନ୍ଦିନ ବୃଦ୍ଧି ପାଉଛି। ଏବଂ ଏଥିରେ ରୋକ ଲଗାଇବାକୁ ଜିଲ୍ଲା ପ୍ରଶାସନ ପ୍ରଥମେ ଲୋକଙ୍କୁ ସଚେତନ କରିଛି।

କୋରୋନା ସଂକ୍ରମଣ ଦ୍ଵିତୀୟ ଲହର, ବଲାଙ୍ଗୀରରେ ନାଇଟ କର୍ଫ୍ୟୁ ଜାରି

ଜିଲ୍ଲାରେ ନାଇଟ କର୍ଫ୍ୟୁକୁ କଡାକଡି ପାଳନ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ସେହିପରି ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ କଡା ନଜର ରଖାଯିବା ସହ ସବୁ ସୀମା ରେ ପୋଲିସ ସାହାଯ୍ୟରେ ସମସ୍ତଙ୍କର ଯାଞ୍ଚ ହେଉଥିବାର ଜିଲ୍ଲା ପ୍ରଶାସନ କହିଛି।

କରୋନା ସଂକ୍ରମଣ ରୋକିବାକୁ ହେଲେ ଲୋକେ ସଚେତନ ହେବା ସହ କୋଭିଡ ନିୟମ ମଣିବା ଜରୁରୀ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ କରୋନା ଉପର ମୁହାଁ ଥିବା ବେଳେ ଏହି ପଦକ୍ଷେପ ଏଥିରେ ବ୍ରେକ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Apr 6, 2021, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.