ETV Bharat / state

ମମିତାଙ୍କୁ ନ୍ୟାୟ ପାଇଁ ଦରକାର ପଡିଲେ କଳାକୋର୍ଟ ପିନ୍ଧିବି: ନରସିଂହ - କଳା କୋର୍ଟ ପିନ୍ଧିବେ ନରସିଂହ ମିଶ୍ର

ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦରକାର ପଡିଲେ କଳାକୋର୍ଟ ପିନ୍ଧିବେ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ କଳାକୋର୍ଟ ପିନ୍ଧିବେ ନରସିଂହ

author img

By

Published : Oct 29, 2021, 9:13 AM IST

ବଲାଙ୍ଗୀର: ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି ମମିତା ହତ୍ୟାକାଣ୍ଡ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଡି ବସିଛନ୍ତି ବିରୋଧି । ବିଜେପି ରାଜରାସ୍ତାରେ ଗର୍ଜନ କରୁଥିବାବେଳେ କଂଗ୍ରେସ ମଧ୍ୟ ନିଜ ସ୍ବର ତେଜିଛି । ମମିତାଙ୍କୁ ନ୍ୟାୟ ଦେବାକୁ ଯାଇ ଦରକାର ପଡିଲେ ପୁନର୍ବାର କଳା କୋର୍ଟ ପିନ୍ଧିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ମମିତାଙ୍କୁ ନ୍ୟାୟ ଦାବିରେ କଳାକୋର୍ଟ ପିନ୍ଧିବେ ନରସିଂହ

ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାରକୁ ନ୍ୟାୟ ଦେବା ଦାବିରେ ବିଜେପି ଭଳି କଂଗ୍ରେସ ମଧ୍ୟ ଆନ୍ଦୋଳନ କରୁଛି । ଗତକାଲି(ଗୁରୁବାର) ଜାତୀୟ କଂଗ୍ରେସର ଦୁଇ ବଡ଼ ନେତା ମମିତା ମେହେରଙ୍କ ଗାଁକୁ ଯାଇ ପରିବାରକୁ ସାକ୍ଷାତ କରିଛନ୍ତି । ସେମାନେ ପରିବାର ଲୋକଙ୍କ ସହ ଛିଡା ହୋଇଛନ୍ତି ଓ ତାଙ୍କୁ ନ୍ୟାୟ ଦେବା ପାଇଁ ସବୁ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ ତଥା ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ହେଲେ ନିଜେ ପୁଣି କଳା କୋର୍ଟ ପିନ୍ଧିବେ ଓ ତାଙ୍କ ମାମଲା ଲଢିବେ ବୋଲି କହିଛନ୍ତି ।

ନରସିଂହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇବା ସହ କେବଳ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି ଚୁପ ବସିଥିବାର କହିଛନ୍ତି । କାହିଁକି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ତଦନ୍ତ ପରିସରକୁ ଆଣୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସମାନ ଭାବେ ମମିତାଙ୍କ ପେନଡ୍ରାଇଭରେ ଥିବା ତଥ୍ୟ ସାମ୍ନାକୁ ଆସିଲେ ଏବଂ ତଦନ୍ତ ପରିସରଭୁକ୍ତ ହେଲେ ଅନେକ ନେତାଙ୍କ ମୁଖା ଖୋଲିବ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ପ୍ରତାପ ଜେନାଙ୍କୁ ଟାର୍ଗେଟ କରି କହିଛନ୍ତି ନରସିଂହ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.