ବଲାଙ୍ଗୀର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ ଆଣିଥିଲେ ନରସିଂହ ମିଶ୍ର । ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଖୋଦ୍ କଳାକୋର୍ଟ ପିନ୍ଧିଛନ୍ତି । ତେବେ ଅନ୍ୟ ପକ୍ଷରେ ସରକାରୀ ଓକିଲ ଭାବରେ ତାଙ୍କ ପୁଅ ଅମରେନ୍ଦ୍ର ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅମରେନ୍ଦ୍ର ମମିତା ମେହେର ମାମଲାରେ ସରକାରୀ ଓକିଲ ନିଯୁ୍କ୍ତ ହେବାପରେ ଏବେ ଚର୍ଚ୍ଚାରେ ରହିଛନ୍ତି ନରସିଂହ ।
ମମିତାକୁ କିଭଳି ନରସିଂହ ନ୍ୟାୟ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଏହି ଦ୍ବନ୍ଦ୍ବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ଯେ, "ସରକାରୀ ଓକିଲ ଭାବରେ ଅମରେନ୍ଦ୍ର ତଦନ୍ତରେ କେଉଁଠି ଭୁଲ୍ ଅଛି କେଉଁଠି ଠିକ ତାହା ଅନୁଧ୍ୟାନ କରିବ । ତା ସହିତ ଯେତିକି ପ୍ରମାଣ ବା ତଥ୍ୟ ରହିଛି ତାହା ଦୋଷୀକୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ କି ନୁହେଁ ତାହାର ଅନୁଧ୍ୟାନ କରିବ । ସରକାରୀ ଓକିଲ କୌଣସି ସରକାରଙ୍କ ଅନୁଗାମୀ ନୁହନ୍ତି ।"
ଏହି ମାମଲାରେ ବାପ ଓ ପୁଅ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ କି ପ୍ରଶ୍ନର ଉତ୍ତର ଦେଇ ନରସିଂହ କହିଛନ୍ତି ଯେ, ଏଠି ଲଢ଼େଇର ପ୍ରଶ୍ନ ଉଠୁନି । କାରଣ ବାପପୁଅଙ୍କ ଉଦ୍ଦେଶ୍ୟ ଗୋଟିଏ । ସରକାରୀ ଓକିଲ ଦୋଷୀକୁ ଦଣ୍ଡ ଦେବା ଦିଗରେ କାର୍ଯ୍ୟ କରନ୍ତି । ଦୋଷୀଙ୍କୁ କିଭଳି ଦଣ୍ଡ ମିଳିବ ସେ ଅମରେନ୍ଦ୍ର ଅପରପକ୍ଷରେ ଲଢ଼େଇ କରିବେ ବୋଲି କହିଛନ୍ତି ନରସିଂହ । ମମିତା ହତ୍ୟାକାଣ୍ଡ ମାମଲାରେ ପୋଲିସ ଜାଣିଶୁଣି ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ଏହାକୁ ନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲାର ଓକିଲାତି ଖୋଦ ନରସିଂହ ମିଶ୍ର କରୁଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ