ETV Bharat / state

କୋରୋନା କଟକଣା ମଧ୍ୟରେ ରମଜାନ ପାଳୁଛନ୍ତି ମୁସଲମାନ ଭାଇ ଓ ଭଉଣୀ

author img

By

Published : Apr 15, 2021, 10:45 PM IST

ମୁସଲମାନମାନଙ୍କର ପବିତ୍ର ରମଜାନ ମାସ ଚାଲିଛି । ଏମାନେ କୋଭିଡ କଟକଣା ମଧ୍ୟରେ ରମଜାନ ମାସ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ରମଜାନ ପାଳୁଛନ୍ତି ମୁସଲମାନ ଭାଇ ଓ ଭଉଣୀ
କୋରୋନା କଟକଣା ମଧ୍ୟରେ ରମଜାନ ପାଳୁଛନ୍ତି ମୁସଲମାନ ଭାଇ ଓ ଭଉଣୀ

ବଲାଙ୍ଗୀର: କୋରୋନା ସଂକ୍ରମଣ ଉପର ମୁହାଁ ରହିଛି। ଏଥିପାଇଁ ଜିଲ୍ଲାରେ କୋରୋନା କଟକଣାକୁ କଡାକଡି କରାଯାଇଛି। ଏହାରି ମଧ୍ୟରେ ମୁସଲମାନଙ୍କର ପବିତ୍ର ରମଜାନ ମାସ ଚାଲିଛି । କୋଭିଡ କଟକଣା ମଧ୍ୟରେ ରମଜାନ ମାସ ପାଳୁଛନ୍ତି ମୁସଲମାନ ଭାଇ-ଭଉଣୀ ।

ଉପବାସ ମାସରେ ମୁସଲମାନ ଭାଇଭଉଣୀମାନେ ସକାଳୁ ସେହେରି କରି ଉପବାସ ଆରମ୍ଭ କରିଥିବାବେଳେ ସନ୍ଧ୍ୟାରେ ଇଫତାରି କରୁଛନ୍ତି। ସେହିପରି ଦିନ ତମାମ ନମାଜ ଓ କୋରାନ ପାଠ କରୁଛନ୍ତି । ଏହା ମଧ୍ୟରେ ବଲାଙ୍ଗୀର ସ୍ଥାନୀୟ ମସଜିଦରେ ସାମୂହିକ ନମାଜ ପାଠ ଜାରି ରହିଥିବାବେଳେ ଅଳ୍ପ ସଂଖ୍ୟାରେ ଏହି ନମାଜ ପାଠ ଚାଲିଛି ।

ତେବେ ବିନା ମାସ୍କରେ ମସଜିଦକୁ ପ୍ରବେଶ ମନା ଥିବାବେଳେ ମସଜିଦ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ନମାଜ ପାଠ ଚାଲିଛି । ସେହିପରି ଅଧିକାଂଶ ମୁସଲମାନ ଭାଇ ଭଉଣୀମାନେ ଘରେ ରହି ନମାଜ ପାଠ ଓ କୋରାନ ପାଠ କରୁଛନ୍ତି । ତେବେ ଏହି ମାସ ଯାକ କୋଭିଡ କଟକଣା ମଧ୍ୟରେ ରମଜାନ ପାଳୁଥିବାବେଳେ ଆଗକୁ ଇଦ ପାଳନ କରିବେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.