ETV Bharat / state

Municipal Polls: ବଲାଙ୍ଗୀର ୨୧ ୱାର୍ଡରେ ପଡିବ ଭୋଟ, ପ୍ରସ୍ତୁତ ପ୍ରଶାସନ - ଓଡିଶା ପୌର ନିର୍ବାଚନ ପ୍ରସ୍ତୁତି

ରାତି ପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ସହରାଞ୍ଚଳରେ ଏହା ପାଇଁ ପ୍ରସ୍ତୁତି ସରିଛି । ପୋଲିଂ ଅଧିକାରୀ ସବୁ ବୁଥକୁ ଯିବା ଆରମ୍ଭ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଅଧିକ ପଢନ୍ତୁ

Municipal Polls: ମତଦାନକୁ ନେଇ ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି

author img

By

Published : Mar 23, 2022, 7:31 PM IST

ବଲାଙ୍ଗୀର: ରାତି ପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ସହରାଞ୍ଚଳରେ ଏହା ପାଇଁ ପ୍ରସ୍ତୁତି ସରିଛି ।ପୋଲିଂ ଅଧିକାରୀ ସବୁ ବୁଥକୁ ଯିବା ଆରମ୍ଭ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଆସନ୍ତାକାଲି ପୌର ନର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ପୌର ପରିଷଦ ପାଇଁ ୮୪ଟି ବୁଥରେ ଲୋକ ମତଦାନ କରିବେ । ଏଥିସହ ବଲାଙ୍ଗୀର ପୌରାଞ୍ଚଳରେ ମୋଟ ୭୮,୭୨୮ ଭୋଟର ରହିଥିବା ବେଳେ ୨୧ଟି ୱାର୍ଡ ରହିଛି । ଏଥିପାଇଁ ୬ଜଣ ଅଧ୍ୟକ୍ଷ ପ୍ରାର୍ଥୀ ରହିଥିବା ବେଳେ ୭୬ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି । ଏଥିସହ ବଲାଙ୍ଗୀର ପୌର ପରିଷଦରେ ୩୬ଟି ସମ୍ବେଦନଶୀଳ ଓ ୬ଟି ଅତି ସମ୍ବେଦନଶୀଳ ବୁଥ ରହିଛି ।

Municipal Polls: ମତଦାନକୁ ନେଇ ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି

ସେହିପରି ପାଟଣାଗଡ଼ ଏନଏସିରେ ୧୫ଟି ୱାର୍ଡ ଥିବା ବେଳେ ୧୬,୭୨୩ ମୋଟ ଭୋଟର ମତଦାନ କରିବେ । ଏଥିସହ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଥିବା ବେଳେ ୫୦ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ୨୨ଟି ବୁଥ ମଧ୍ୟରୁ ୯ଟି ସମ୍ବେଦନଶୀଳ ଓ ଦୁଇଟି ଅତି ସମ୍ବେଦନଶୀଳ ବୁଥ ରହିଛି । ସେହିଭଳି କଣ୍ଟାବାଞ୍ଜି ଏନଏସିରେ ମୋଟ ଭୋଟର ସଂଖ୍ୟା ୧୭,୫୫୧ ଥିବା ବେଳେ ୧୬ଟି ୱାର୍ଡ ରହିଛି । ତିନି ଜଣ ଚେୟାରମ୍ୟାନ ପ୍ରାର୍ଥୀ ଓ ୪୮ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି । ଏହା ସହିତ ୨୫ଟି ବୁଥ ମଧ୍ୟରୁ ୧୫ଟି ସମ୍ବେଦନଶୀଳ ଓ ଗୋଟିଏ ଅତିସମ୍ବେଦନଶୀଳ ବୁଥ ରହିଛି ।

ସମାନ ଭାବରେ ବଲାଙ୍ଗୀର ତୁଷୁରା ଏନଏସିରେ ମୋଟ ଭୋଟର ୮୨୭୬ ରହିଛନ୍ତି । ୧୧ଟି ୱାର୍ଡ ଥିବା ବେଳେ ୩ଜଣ ଚେୟାରମ୍ୟାନ ପ୍ରାର୍ଥୀ ଓ ୩୩ଜଣ କାଉନସିଲର ପ୍ରାର୍ଥୀ ଅଛନ୍ତି । ତେବେ ଏଠାରେ ୧୧ଟି ବୁଥରୁ ୭ଟି ସମ୍ବେଦନଶୀଳ ଓ ୪ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଏପଟେ ବଲାଙ୍ଗୀର ଜିଲ୍ଲାର ଦ୍ବିତୀୟ ସର୍ବ ବୃହତ୍ ଟିଟିଲାଗଡ ପୌରପାଳିକାରେ ଭୋଟର ସଂଖ୍ୟା ୨୫,୮୩୭ ରହିଛନ୍ତି । ଏଥିସହ ୧୫ଟି ୱାର୍ଡ ପାଇଁ ୫ଜଣ ଚେୟାରମ୍ୟାନ ପ୍ରାର୍ଥୀ ଓ ୪୬ଜଣ କାଉନସିଲର ପ୍ରାର୍ଥୀ ମଇଦାନରେ ଅଛନ୍ତି । ୨୮ଟି ବୁଥ ମଧ୍ୟରୁ ୧୪ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ ଚଳିତ ଥର ବଲାଙ୍ଗୀରର ବିଭିନ୍ନ ପୌରାଞ୍ଚଳ ପାଇଁ ମୋଟ ୨୭୪ଜଣ ପ୍ରାର୍ଥୀନୀଙ୍କ ମଧ୍ୟରୁ ଲୋକେ ଭୋଟ ଦେଇ ନିଜ କାଉନସିଲର ବା ଚେୟାରମ୍ୟାନ ବାଛିବେ ।

ପୌର ନିର୍ବାଚନକୁ ନେଇ ବଲାଙ୍ଗୀର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି । ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ତା ପାଇଁ ସବୁ ପଦକ୍ଷେପ ନିଆ ଯାଇଥିବା ପ୍ରଶାସନ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.