ETV Bharat / state

କଣ୍ଟାବାଞ୍ଝିକୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଧାୟକ - balangir drought aria

ବଲାଙ୍ଗୀର କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଧିକ ପଢନ୍ତୁ...

ସ୍ବଳ୍ପ ବର୍ଷା ପାଇଁ ମରୁଡୁ ସ୍ଥିତି, କଣ୍ଟାବାଞ୍ଜିକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲେ MLA

author img

By

Published : Aug 27, 2021, 4:34 PM IST

ବଲାଙ୍ଗୀର: କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ତେବେ ଆଜି ତାଙ୍କର ଶତାଧିକ ସମର୍ଥକ ଓ କର୍ମୀଙ୍କ ସହ ସେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ ଏବଂ 9 ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ସ୍ବଳ୍ପ ବର୍ଷା ପାଇଁ ମରୁଡୁ ସ୍ଥିତି, କଣ୍ଟାବାଞ୍ଜିକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲେ MLA

ତେବେ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀର ସବୁ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ପୂର୍ଣ୍ଣ ଗଜା ମରୁଡି ହୋଇସାରିଛି। ଆଗକୁ ମଧ୍ୟ ଚାଷ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । ତେଣୁ, ଏହି ଅଞ୍ଚଳକୁ ଓଡିଶା ରିଲିଫ କୋଡ଼ ଆକାରରେ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତି। ସମାନ ଭାବରେ ଚାଷୀଙ୍କ ଋଣ, ବିଦ୍ୟୁତ ବିଲ, ଛାତ୍ରଛାତ୍ରୀଙ୍କ ଫିସ ଛାଡ଼ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ଚାଷୀ ମାନଙ୍କୁ ବୋନସ ହିସାବରେ 40 ହଜାର ଟଙ୍କା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତ।

ବଲାଙ୍ଗୀରରୁ ଶେଖ ସେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.