ETV Bharat / state

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ PSOରୁ ହେଲେ ସାହିତ୍ୟ ଅଧ୍ୟାପକ

author img

By

Published : Jan 6, 2023, 9:31 AM IST

ଦୃଢ ଇଚ୍ଛା ଓ ଆଗ୍ରହ ଥିଲେ ଦିନେ ନା ଦିନେ ସଫଳତା ପାଦ ଚୁମିଥାଏ । ତେବେ ବଲାଙ୍ଗୀରର ଏହିଭଳି ଜଣେ ବ୍ୟକ୍ତି ଲମ୍ବୋଦର ପ୍ରଧାନ । ପେଷାରେ ପିଏସଓ ଥିବା ବେଳେ ଏବେ ସେ ହୋଇପାରିଛନ୍ତି ସରକାରୀ ଅଧ୍ୟାପକ । ଅଧିକ ପଢ଼ନ୍ତୁ

odia lecture lambodar pradhan
ବଲାଙ୍ଗୀରର ଅଧ୍ୟାପକ
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ

ବଲାଙ୍ଗୀର: ଦୃଢ ଇଚ୍ଛାଶକ୍ତି ଓ ଆଗ୍ରହ ସହିତ ପରିଶ୍ରମ ଦିନେ ନା ଦିନେ ମଣିଷକୁ ସଫଳତା ଆଣି ଦେଇଥାଏ । ପରିସ୍ଥିତି ଅନେକ କଠିନ ଆସିଲେ ସୁଦ୍ଧା ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସଫଳତା ପାଦ ଚୁମି ଥାଏ । ବଲାଙ୍ଗୀରର ଏଭଳି ଜଣେ ବ୍ୟକ୍ତି ତାଙ୍କର କଠିନ ପରିଶ୍ରମ, ଆଗ୍ରହ ଓ ଇଚ୍ଛା ଶକ୍ତି ବଳରେ ଏବେ ହୋଇଛନ୍ତି ସଫଳ । ସେ ହେଉଛନ୍ତି ରିନବଚନ ଗ୍ରାମର ଲମ୍ବୋଦର ପ୍ରଧାନ । ଛୋଟ ବେଳରୁ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନ ଥିଲେ ମଧ୍ୟ ପାଠ ପଢ଼ାରେ ତାଙ୍କର ପ୍ରବଳ ଆଗ୍ରହ ତାଙ୍କୁ ଆଗକୁ ନେଇ ଯାଇଥିଲା ।

ପରିସ୍ଥିତିରେ ବଶବର୍ତ୍ତୀ ହୋଇ ଗତ 22 ଡିସେମ୍ବର 2006 ମସିହାରେ ପୋଲିସ କନଷ୍ଟେବଳ ଚାକିରି କରିଥିଲେ। କାର୍ଯ୍ୟ କରିବା ସହ 2020ରେ ଓଡ଼ିଆରେ ଏମଏ ପାଠ ପଢିଥିଲେ । ସେହିପରି 2021ରେ ନେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ 2022ରେ ସେ ଯେଆରଏଫ ( ଜୁନିୟର ରିସର୍ଚ୍ଚ ଫେଲୋସିପ) ପାଇଥିଲେ । ଯାହା ପରେ 2023ରେ ସେ ଓଡିଶା ଏସଏସବି ପରୀକ୍ଷାରେ ସେ ସଫଳ ହୋଇ ଏବେ ସରକାରୀ ଅଧ୍ୟାପକ ହୋଇ ପାରିଛନ୍ତି । ତେବେ ଏଥିପାଇଁ ସେ ଅନେକ କଷ୍ଟ ପରିଶ୍ରମ କରିଥିଲେ ।

ପୋଲିସ କନଷ୍ଟେବଳ ଚାକିରି ମଧ୍ୟରେ ସେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପିଏସଓ ଭାବରେ ନିଯୁକ୍ତ ହୋଇଥିଲେ । ତେବେ ଚାକିରିର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ସେ ପାଠ ପଢା ଜାରି ରଖିଥିଲେ । ଦିନରେ ଚାକିରି ମଧ୍ୟରେ ସମୟ ମିଳିଲେ ସେ ପାଠ ପଢୁଥିଲେ ଏବଂ ଡ୍ୟୁଟିରୁ ଫେରି ରାତିରେ ପାଠ ପଢୁଥିଲେ । ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିବା ପାଇଁ କିଛି ଦିନ ନିଜ ପରିବାର ଠାରୁ ମଧ୍ୟ ଦୂରରେ ରହିଥିବାର କହନ୍ତି । ତେବେ ନିଜେ ପାଠ ପଢି ଅନ୍ୟମାନଙ୍କୁ ପଢ଼ାଇବା ସମସ୍ତଙ୍କୁ ଶିକ୍ଷିତ କରିବା ହିଁ ତାଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା । ଏଥିପାଇଁ ସେ ଅଧ୍ୟାପକ ହେବାର ଛୋଟ ଦିନରୁ ସ୍ୱପ୍ନ ଦେଖିଥିଲେ ।

ତେବେ ଏହାକୁ ସତ କରିବା ପାଇଁ ସେ ଅନେକ ବାଧା ବିଘ୍ନ ସତ୍ତ୍ୱେ ବ୍ୟଥିତ ନ ହୋଇ ପରିଶ୍ରମ କରି ଚାଲିଥିଲେ । ଯାହା ଆଜି ସଫଳ ହୋଇଥିବାର କହିଛନ୍ତି । ସେପଟେ ଅଧିକ ସମୟ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ତାଙ୍କ ଶିକ୍ଷା ପ୍ରତି ଥିବା ଅହେତୁକ ଆଗ୍ରହକୁ ଜାଣି ପାରି ଥିଲେ ନରସିଂହ ମିଶ୍ର । ଏନେଇ ସେ କହିଛନ୍ତି, "ମୋ ସହ ସେ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସାଥିରେ ବହି ନେଇ ଯାଆନ୍ତି । ଯେଉଁଠି ସମୟ ପାଇଲେ ସେଠି ପଢୁଥିଲେ । "

ତେବେ ତାଙ୍କର ଏହି ପରିଶ୍ରମ ଓ ଇଚ୍ଛା ଶକ୍ତି ଆଜି ତାଙ୍କୁ ସଫଳ କରିଛି । ସେ ନିହାତି ଭାବରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ । ପିଲାଙ୍କୁ ଶିକ୍ଷା ପ୍ରଦାନ କରି ଆଗକୁ ଭଲ ମଣିଷ ଗଢିବେ ବୋଲି ଲମ୍ବୋଦର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.