ETV Bharat / state

ବଲାଙ୍ଗୀରରେ ଧାନ କିଣାରେ ଦୁର୍ନୀତି ଅଭିଯୋଗ ଆଣିଲେ ନରସିଂହ ମିଶ୍ର

author img

By

Published : Dec 22, 2021, 11:06 AM IST

ବଲାଙ୍ଗୀରରେ ଧାନ କିଣା(paddy procurement) ଆରମ୍ଭ ହୋଇଛି । ହେଲେ ଚାଷୀ ତାଙ୍କ ଧାନ ବିକ୍ରି କରିବା ପରିବର୍ତ୍ତେ ସେମାନେ ଶୋଷଣ ହେଉଥିବାର ଅଭିଯୋଗ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ଧାନ କିଣାରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର: ଚଳିତ ଖରିଫ ଋତୁ ଧାନ କିଣା(paddy procurement) ଆରମ୍ଭ ହୋଇଛି। ହେଲେ ଚାଷୀ ତାଙ୍କ ଧାନ ବିକ୍ରି କରିବା ପରିବର୍ତ୍ତେ ସେମାନେ ଶୋଷଣ ହେଉଥିବାର ଅଭିଯୋଗ ଆସିଛି । ତେବେ ବଲାଙ୍ଗୀର ଜିଲ୍ଲା ଧାନ କ୍ରୟ କମିଟିର ନିଷ୍ପତ୍ତି କ୍ରମେ ନଭେମ୍ବର 29 ତାରିଖରୁ ଧାନ କିଣା ଆରମ୍ଭ ହେବା କଥା । ହେଲେ ଏଯାଏଁ ମାତ୍ର କିଛି ସ୍ଥାନରେ ଧାନ କିଣା ଆରମ୍ଭ ହୋଇଛି ।

ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ 158ଟି ପ୍ରାଥମିକ କୃଷି ସମବାୟ ସମିତି ଓ 16ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ବାରା ଏହି ଧାନ କିଣା ଯିବା କଥା। ହେଲେ ସେମାନଙ୍କ ମଧ୍ୟରୁ ମାତ୍ର କେଇଟା ଖୋଲି ଥିବାବେଳେ ସେଠି ମଧ୍ୟ ଚାଷୀଙ୍କଠାରୁ ପାଞ୍ଚ କେଜି ପର୍ଯ୍ୟନ୍ତ ଧାନ କଟନୀ ଛଟନୀ ହେଉଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର(Balangir MLA Narasingha Mishra)। ସେହିପରି ଧାନ କିଣାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସବୁଠି CCTV ଲଗାଇବାର ନିଷ୍ପତ୍ତି ହୋଇଥିବା ବେଳେ ଏଯାଏଁ ତାହା ମଧ୍ୟ ହୋଇ ନାହିଁ ବୋଲି ସେ କହିଛନ୍ତି।

ସମାନ ଭାବରେ ଧାନ କିଣିବା ତାରିଖ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଏଯାଏଁ କାହିଁକି ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ପେକ୍ସ ସମ୍ପାଦକଙ୍କ ଆନ୍ଦୋଳନ ଓ ଲଘୁଚାପ ବର୍ଷା ଯୋଗୁଁ ଧାନ କିଣା ପଛେଇ ଥିବାର କହିଛି ପ୍ରଶାସନ। ବର୍ତ୍ତମାନ ସବୁ ପେକ୍ସ ଖୋଲା ଯାଇଥିବାବେଳେ ସୁରୁଖୁରୁରେ ଧାନ କିଣା ଯାଉଥିବାର ପ୍ରଶାସନ କହିଛି ଏବଂ ସରକାର ଦେଇଥିବା ଧାନ କିଣା ଟାର୍ଗେଟ ଶୀଘ୍ର ପୂରଣ ହେବ ବୋଲି କହିଛି ବିଭାଗ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.