ETV Bharat / state

ସହକାରୀ ଯନ୍ତ୍ରୀଙ୍କୁ ବସଉଠ୍ କରାଇ କ୍ଷମା ମାଗିଲେ ବିଧାୟକ - jee

ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାନ ଧରି ବସଉଠ୍ କରିବା ଭିଡିଓ ଭାଇରାଲ ହେବାପରେ ସବୁଠି ଏହାକୁ ନିନ୍ଦା କରାଯାଇଛି । ସମ୍ପୃକ୍ତ ବିଧାୟକ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରି ସେ ନିଜ ଭୁଲ୍‌ ମଧ୍ୟ ସ୍ବୀକାର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 6, 2019, 8:11 PM IST

ବଲାଙ୍ଗୀର: ଚର୍ଚ୍ଚାରେ ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରିର ଭିଡିଓ । ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କାନ ଧରି ବସଉଠ ହେବା ଭିଡିଓ ଭାଇରାଲ ହେବାପରେ ସବୁଠି ଏହାକୁ ନିନ୍ଦା କରାଯିବା ପରେ ସମ୍ପୃକ୍ତ ବିଧାୟକ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଗାଁଲୋକ ତାଙ୍କୁ ବାଧ୍ୟ କରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରି ସେ ନିଜ ଭୁଲ୍‌ ମଧ୍ୟ ସ୍ବୀକାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଏଠାରେ ସୂଚନାଥାଉ ଯେ ପାଟଣାଗଡ ମଣ୍ଡଳଠାରେ ବୁଧବାର ସନ୍ଧ୍ୟାରେ ଏକ ରାସ୍ତା କାମର ସମୀକ୍ଷା ପାଇଁ ବେଲପଡା ଗସ୍ତ କରିଥିଲେ ବିଧାୟକ ସରୋଜ ମେହେର । ସାଙ୍ଗରେ ଥିଲେ ରାସ୍ତା କାମ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ । ବଲାଙ୍ଗୀର ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ହେଉଥିବା କିଛି ଲୋକ ସରୋଜଙ୍କ ପାଖରେ ଅଭିଯୋଗ କରିଥିଲେ ।

ନିଜେ ରାସ୍ତା ଖୋଳି ଜାଞ୍ଚ କରିଥିଲେ ସରୋଜ । ପରେ ସହକାରୀ ଅଧିକାରୀଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଦବଙ୍ଗଗିରି । ତାଙ୍କୁ ନିମ୍ନମାନର କାମ ନେଇ ହିସାବ ମାଗିଥିଲେ ସରୋଜ । ଶହେଥର ବସଉଠ ହେବାକୁ ବାରମ୍ବାର ଦେଇଥିଲେ ଚେତାବନୀ । ସର୍ବସମ୍ମୁଖରେ ଉଠବସ କରାଇଥିଲେ । ଉଠବସ ନହେଲେ, ସାଧାରଣ ଲୋକ ମାଡ ମାରିବେ ବୋଲି ଚେତାବନୀ ଦେଇଥିଲେ ପାଟଣାଗଡ ବିଧାୟକ । ଏହାପରେ ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

terter

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.